jayashree

ସଦର ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

  • ଗାଁର ବିକାଶ ପାଇଁ କଂଗ୍ରେସ ଏକ ମାତ୍ର ବିକଳ୍ପ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକରେ ନରସିଂହ ମିଶ୍ର ନିର୍ବାଚନୀ ପ୍ରଚାର ସମୟରେ କହିଛନ୍ତି ଯେ, କମ ଦାମ୍‌ରେ ରନ୍ଧନ ଗ୍ୟାସ, ବାର୍ଷିକ ୨ କୋଟି ନିଯୁକ୍ତି ସୃଷ୍ଟି ଓ ଦରଦାମ୍‌ ନିୟନ୍ତ୍ରଣ ଆଦିରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଫେଲ ମାରିଛି । ଠିକ୍‌ ସେହିପରି ରାଜ୍ୟ ସରକାର ମଧ୍ୟ ଶିକ୍ଷା, କୃଷି, ଜଳସେଚନ, ଡାକ୍ତରଖାନାରେ ଡାକ୍ତର, ସ୍କୁଲରେ ଶିକ୍ଷକ ଦେବାରେ ବିଫଳ ହୋଇଛି । ତା’ସତ୍ୱେ ଲୋକ ଏମାନଙ୍କୁ ବିଭିନ୍ନ ନିର୍ବାଚନରେ ବାରମ୍ବାର ଭୋଟ ଦେଉଥିବାରୁ ଉଭୟ ବିଜେପି ଓ ବିଜେଡି ଦଳର ନେତୃବୃନ୍ଦ ଘମଣ୍ଡି ହୋଇ ଗଲେଣି । ସେମାନେ ଗରିବ ଅବହେଳିତଙ୍କ ଅସୁବିଧାକୁ ଆଉ ଶୁଣୁ ନାହାନ୍ତି । ତେଣୁ ଗାଁ ଗଣ୍ଡାର ଲୋକଙ୍କ ବିକାଶ ପାଇଁ କଂଗ୍ରେସକୁ ହିଁ ଏକ ମାତ୍ର ବିକଳ୍ପ ରୂପେ ଚିନ୍ତା କରୁଛନ୍ତି । ଆପଣମାନେ ମଧ୍ୟ ୨୩ ନଂ ଜିଲ୍ଲା ପରିଷଦର କଂଗ୍ରସ ପ୍ରାର୍ଥିନୀ ନିଳାଦ୍ରୀ ସେଠଙ୍କୁ ହାତ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଏକ ସ୍ପଷ୍ଟ ଜନାଦେଶ ଦିଅନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ ନିବେଦନ କରିଛନ୍ତି । ଆଜି ସଦର ବ୍ଲକ ଅନ୍ତର୍ଗତ ବରକାନୀ, ଅଏଁଲାଚୁଆଁ, ବାଗଡିହି, ମାଧିଆପାଲି, ରିନବଚନ, ବିରମୁଣ୍ଡା, ସଦେଇପାଲି ଓ ଗନ୍ଧରେଲ ଗାଁରେ ଅନୁଷ୍ଠିତ ନିର୍ବାଚନୀ ପ୍ରଚାର ସମୟରେ ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, ଗାଁକୁ ଆସୁ ନଥିବା, ଲୋକଙ୍କ ଅସୁବିଧା ବୁଝୁ ନଥିବା ନେତା ଓ ଦଳକୁ ଲୋକେ ଏହି ନିର୍ବାଚନରେ ପ୍ରତ୍ୟାକ୍ଷାନ କରନ୍ତୁ । ଆପଣଙ୍କ ବହୁ ମୂଲ୍ୟ ଭୋଟ ଆପଣଙ୍କ ଅଂଚଳର ଭବିଷ୍ୟତ ପାଇଁ ନିର୍ଣ୍ଣାୟକ ହେବ । ଥର କର ଭୁଲ ନିଷ୍ପତ୍ତି ପାଇଁ ଆପଣଙ୍କୁ ଆଗାମୀ ୫ ବର୍ଷ ପାଇଁ ପଶ୍ଚାତାପ କରିବାକୁ ପଡିପାରେ । ତେଣୁ ଆପଣମାନେ ପୁରୁଣା ଭୁଲ ନ ଦୋହରାଇ ଏଥର କଂଗ୍ରେସ ଦଳର ହାତ ଚିହ୍ନରେ ଭୋଟ ଦିଅନ୍ତୁ । ଦେଖିବେ ଆପଣଙ୍କ ଅଂଚଳ ନିଶ୍ଚୟ ବିକାଶ ଆଡକୁ ଗତି କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ନିିର୍ବାଚନୀ ସଭାମାନଙ୍କରେ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସୋମ୍ୟଦୀପ ସରାଫ, ଜୁଲୁ ପଟ୍ଟନାଏକ, ବିଧାୟକ ପ୍ରତିନିଧି କିଶୋର ସିଂ, ଧୃବ ସାହୁ, ବିଭୁ ପ୍ରସାଦ, ସରତ ଭୋଇ, ଫକିରମୋହନ ଥାଟି, ତ୍ରିନାଥ ରାଉତ ଓ ଅଜିତ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.