ଏନ୍‌କେଏଫ୍‌ଏ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ : ହାତୀସରାକୁ ହରାଇ ମାକରଚୁଆଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଏନ୍‌କେଏଫ୍‌ଏ ଆନୁକୂଲ୍ୟରେ ରବିବାର ଦିନରୁ ଆରମ୍ଭ ହୋଇଥିବା ଫୁଟ୍‌ବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମାକରଚୁଆଁ ଦଳ ୧-୦ ଗୋଲରେ ହାତୀସରାକୁ ହରାଇ ଚାମ୍ପିଅନ ହୋଇଥିଲା । ଆଜିର ଖେଳଗୁଡ଼ିକୁ ସତ୍ୟ ଦଣ୍ଡସେନା ପରିଚାଳନା କରିଥିବା ବେଳେ ଲାଇନ୍ ମ୍ୟାନଭାବେ ସନିଦେବ ବେହେରା ଓ କପିଲେଶ ନାଏକ ଦାୟିତ୍ଵ ତୁଲାଇଥିଲେ । ମୁଖ୍ୟ ଅତିଥି ଭାବେ କୈଳାସ ତାଣ୍ଡି ଯୋଗ ଦେଇ ବିଜେତା ଦଳକୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.