ତରଭା ବ୍ଲକରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟ ଶାଖାକୁ ସକ୍ରିୟ କରିବାକୁ ଉଦ୍ୟମ କରାଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ୍ରମେ ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ତରଭା ବ୍ଲକର ବିଭିନ୍ନ ହାଇସ୍କୁଲକୁ ପରିଦର୍ଶନ କରି ଜୁନିଅର ରେଡକ୍ରସର ସେବା ମୂଳକ କାର୍ଯ୍ୟକ୍ରମର ତଦାରଖ କରିବା ସହିତ ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା, ଶିଶୁ ସୁରକ୍ଷା, ସଡକ ସୁରକ୍ଷା, ସମସ୍ତ ସ୍କୁଲର ରେଡକ୍ରସ ଭିଜିବିଲିଟି ବିଷୟରେ ପ୍ରଧାନଶିକ୍ଷକ ଏବଂ ଜୁନିଅର ରେଡକ୍ରସ ପରାମର୍ଶଦାତାମାନଙ୍କ ସହିତ କୋଭିଡ ଗାଇଡଲାଇନ ଅନୁପାଳନ କରି ଆଲୋଚନା କରିଥିଲେ । ଆଗାମୀ ଦିନରେ କିଭଳି ଜୁନିଅର ଛାତ୍ରଛାତ୍ରୀମାନେ ସ୍କୁଲରୁ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଜୁନିଅର ରେଡକ୍ରସର ବିଭିନ୍ନ କର୍ମଶାଳାରେ ଅଂଶଗ୍ରହଣ କରିବେ ସେ ବିଷୟରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ତରଭା ବାଳିକା ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନମିତା ପାଣିଗ୍ରାହୀ, ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର, ସରଗଜର ଗୀତାଞ୍ଜଳି ମେହେର, ଶିବତୁଲାର ସୁହାସୀ ଦଣ୍ଡସେନା, ଶ୍ରୀହରି ବିଦ୍ୟାନିକେତନର ଜିନାରାଣୀ ମେହେର, ମେଣ୍ଡାର ଭୀମସେନ ମାହାକୁର, ତରଭା ବାଳକ ହାଇସ୍କୁଲର ସୁରଜ କୁମାର ସେଠି, ସିଂହାରୀ ହାଇସ୍କୁଲର ବିଜୟ କୁମାର ପଣ୍ଡା, ଦୁବଲାର ହାରାମାଳୀ ନାଗ, ବ୍ରାହ୍ମଣୀର ପ୍ରଶାନ୍ତ କୁମାର ମିଶ୍ର, ତୁଲଣ୍ଡୀର ମୋହନ ବାରିକ, କମସରା ହାଇସ୍କୁଲର ଗୌରୀଶଙ୍କର ସାହୁ, କର୍ଲ୍ଲାମୁହାନର ବୀରକିଶୋର ପଣ୍ଡା ଏବଂ କାଉନସିଲର ଖୁଳଣା ପଧାନ, ସସ୍ମିତା ମିଶ୍ର, ମଂଜୁଲତା ଜଗଦଲା, ମଧୂସୁଦନ ନାଏକ, ଶତୃଘ୍ନ ନାଏକ, ସନ୍ତୋଷ କୁମାର ମିଶ୍ର, ଅନୁସୟା ସାହୁ, ରମେଶ ଚନ୍ଦ୍ର ମିଶ୍ର, ରାଜକିଶୋର ଗଡତିଆ, ତରଭା ବିସିସି ବିଜୟ କୁମାର ପଣ୍ଡା, ଆଶିଷ କୁମାର ନାଏକ, ଶ୍ରୀହରି ବିଦ୍ୟାନିକେତନର ଏମଡି ରାଜେଶ ମେହେର ପ୍ରମୁଖ ଜୁନିଅର ରେଡକ୍ରସ ପରିଦର୍ଶନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜୁଲତା ଭୋଇ, ସଂପାଦକ ହିମାଂଶୁ ଶେଖର କର, ଉପସଭାପତି ଗତିକୃଷ୍ଣ ମିଶ୍ର, ଜିଲ୍ଲା ଶାରୀରିକ ନୀରିକ୍ଷକ ଦୂର୍ଯ୍ୟୋଧନ ରାଉତ, ରାଜ୍ୟ ଜୁନିଅର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସର କାର୍ଯ୍ୟକ୍ରମକୁ ତ୍ୱରାନ୍ୱୀତ କରିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.