ଅତନୁ ଭୌମିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅତନୁ ଭୌମିକ । ସହରର ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଏହି ନିଯୁକ୍ତିକୁ ସ୍ୱାଗତ କରିବା ସହ ଆନନ୍ଦ ପ୍ରକାଶ କରିଛି । ଶ୍ରୀ ଭୌମିକଙ୍କ କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ରହିଥିବାରୁ ସେ ଏଠାରେ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ସୁଯୋଗ ପାଇବେ । ଏନେଇ ପାଠାଗାରର ସଭାପତି ଇଂ. ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଏକ ବିବୃତ୍ତିରେ ଜଣାଇଛନ୍ତି ଯେ, ଶ୍ରୀ ଭୌମିକ ରାଉରକେଲା ଇସ୍ପାତ ସହରାଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି । ରାଉରକେଲା ଏନଆଇଟିରୁ ବୈଷୟିକ ଡିଗ୍ରୀ ପାଇ ବୃତ୍ତିଗତ ଜୀବନ ଆରଏସ୍‌ପିରୁ ଆରମ୍ଭ କରିଛନ୍ତି । ଏଣୁ ରାଉରକେଲା ଇସ୍ପାତ କାରଖାନା, ସହରାଞ୍ଚଳ, ଶିକ୍ଷା, ସ୍‌ସ୍ୱାସ୍ଥ୍ୟ, ସାହିତ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ସଂପର୍କରେ ସେ ଅବଗତ ଅଛନ୍ତି । ଯେହେତୁ ସେ ଜଣେ ସାହିତ୍ୟ ସଂସ୍କୃତି ପ୍ରେମୀ ତେଣୁ ତାଙ୍କ କାର୍ଯ୍ୟକାଳ ସମୟରେ ସହରର ବହୁବିଧ ଉନ୍ନତି ହେବାସହ ସାହିତ୍ୟିକ ସାଂସ୍କୃତିକ ସଂଗଠନ ଗୁଡିକ ଉପକୃତ ହୋଇପାରିବେ ବୋଲି ଅନୁଷ୍ଠାନର କର୍ମକର୍ତ୍ତା ମାନେ ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.