ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ଆଲୁମନି ଆସୋସିଏସନ୍‌ର ଏକ ବୈଠକ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଲୁମନି ଆସୋସିଏସନ୍‌ର ସଭାପତି ଡଃ ସୁମନ ଦତ୍ତଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ ତ୍ରିଲୋକିନାଥ ପାଣ୍ଡେଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ଆସୋସିଏସନ୍‌ର ଭବିଷ୍ୟତ କାର୍ଯ୍ୟପନ୍ଥା ଓ ରେଜିଷ୍ଟ୍ରେସନ ସଂପର୍କରେ ଆଲୋଚନା କରାଯାଇଥିଲା । ଏହା ସହ ମହାବିଦ୍ୟାଳୟର ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ କଣ କରାଯାଇ ପାରିବ ତଥା ପୁରାତନ ଛାତ୍ରଙ୍କ ଠିକଣା ସଂଗ୍ରହ କରି ଚଳିତ ବର୍ଷ ମେ’ ମାସ କିମ୍ବା ଜୁନ ମାସରେ ଏକ ଆଲୁମନି ମିଟ୍ କରିବାକୁ ସ୍ଥିର କରାଯାଇଥିଲା । ଏହା ସହ ଗତ ୧୦/୦୨/୨୦୧୯ରେ ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କିପରି କାର୍ଯ୍ୟକାରୀ କରାଯାଇଛି ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ସେହିପରି ଆଗାମୀ ଦିନରେ ବୃକ୍ଷ ରୋପଣ, ସ୍ବଚ୍ଛତା ଓ ସଚେତନ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଡଃ ପ୍ରଜ୍ଞା ପରମିତା ପଣ୍ଡା, ସଂଗଠନ ସଂପାଦକ ଦେବାଶିଷ ମହାନ୍ତି ଓ ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.