ମୃତ ଶିଶୁପୁତ୍ର ଉଦ୍ଧାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜୀରା ନଦୀ ପୋଲ ନିକଟରୁ ଜଣେ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଶିଶୁଟିର ଜନ୍ମ କୌଣସି ନରସିଂହ ହୋମରେ ହୋଇଥିବା ଜଣାପଡ଼ିଛି । କାରଣ ଶିଶୁର ଗୋଡ଼ରେ ଗୋଟିଏ ବ୍ୟାଣ୍ଡରେ ଜନ୍ମ ଦେଇଥିବା ମା’ର ନାମ ଉଲ୍ଲେଖ ରହିଥିବା ବେଳେ ଜନ୍ମ ତାରିଖ ଓ ସମୟ ମଧ୍ୟ ଏହି ବ୍ୟାଣ୍ଡରେ ଉଲ୍ଲେଖ ରହିଛି । ମୃତ ଦେହକୁ ଶବାଗାରରେ ରଖାଯାଇଛି । ଟାଉନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସହରର ଘରୋଇ ଏବଂ ସରକାରୀ ହସ୍ପିଟାଲରେ ତଦନ୍ତ ଚଳାଇଛି ।

Leave A Reply

Your email address will not be published.