ରାସ୍ତା ଅବସ୍ଥା ଶୋଚନୀୟ : ପ୍ରଶାସନ ଦୃଷ୍ଟି ଦେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : କୁଇବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମରସିଂ ଗାଁରୁ ଧୁସାମୁଣ୍ଡାକୁ ଯାଇଥିବା ପିଡବ୍ଲୁଡି ରାସ୍ତା ସମ୍ପୂର୍ଣ୍ଣ ରୂପେ କଦର୍ୟ୍ୟ ହୋଇ ପଡିଥିବା ଅଭିଯୋଗ ହେଉଛି ।

ଅଭିଯୋଗ ଅନୁସାରେ ସମରସିଂ ଗାଁରୁ ଧୁସାମୁଣ୍ଡ ଯୁକ୍ତ ସେମେଲା ଗାଁ ପର୍ୟ୍ୟନ୍ତ ରାସ୍ତାରେ ଯିବା ଅସିବା କରିବାରେ ବହୁତ ଅସୁବିଧା ହେଉଛି । ଧୁସାମୁଣ୍ଡ ଗାଁ ଲୋକଙ୍କ କହିବା ଅନୁଯାୟୀ, ପ୍ରତି ପାଞ୍ଚବର୍ଷରେ ଥରେ ଯେଉଁ ଭାବେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ପ୍ରାର୍ଥିନୀ ମାନେ ଆସିଥାନ୍ତି ଓ ଆମ ଗ୍ରାମ ପଞ୍ଚାୟତର ଉତ୍ତରୋତ୍ତର ଉନ୍ନତି କାର୍ୟ୍ୟ କରିବେ ବୋଲି ଭୋଟ ମାଗିଥାନ୍ତି ଓ ଠକାମି କରିଥାନ୍ତି ହେଲେ ଏ ଯାଏଁ କିଛି ଉନ୍ନତି କାର୍ୟ୍ୟ କରିନାହାନ୍ତି । ଏଥିରେ ଆମ୍ଭେ ଗ୍ରାମବାସୀ ବହୁତ ଦୁଃଖିତ । ଏନେଇ ଧୁସାମୁଣ୍ଡା ଗ୍ରାମବାସୀ ସରପଞ୍ଚଙ୍କ ନକଟରେ ଯେତେ ଅଭିଯୋଗ ଜଣାଇଥିଲେ ସୁଦ୍ଧା କିଛି କାର୍ୟ୍ୟକାରୀ ହେଉନ ଥିବା ଅଭିଯୋଗ ହେଉଛି । ଏନେଇ ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଏହାର ସମାଧାନ କରାଯାଉ ବୋଲି ଦାବୀ ହେଉଛି ।

Leave A Reply

Your email address will not be published.