oom

ମାଓପ୍ରବଣ ଇଲାକାରେ କରୋନା ଟୀକା

jsmm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଦୁଲେନ ଛକ ନିକଟରେ ଗତ କିଛି ଦିନ ତଳେ ମାଓବାଦୀଙ୍କ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ତଥାପି କର୍ତ୍ତବ୍ୟ ପ୍ରତି ନିଷ୍ଠା ଦେଖାଇଛନ୍ତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ । ଆଦିବାସୀ ଅଧ୍ୟୁଷିତ ତଥା ମାଓପ୍ରବଣ ଦେଢଶୂଳୀ ଗ୍ରାମ ପଞ୍ଚାୟତରେ ଆଜି କୋଭିଡ଼ ଟୀକା ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । ଡ଼ିଇଓ ବୀରେନ୍ଦ୍ର ସାହୁ, ଏଏନ୍‌ଏମ୍ ସୁଧାସ୍ମିତା ସାହୁ, ଆଶାକର୍ମୀ ସେବତୀ ତାଣ୍ଡି ଦେଢଶୂଳୀ ଗ୍ରାମକୁ ଯାଇ ଆଦିବାସୀ ଲୋକଙ୍କୁ ବୁଝାସୁଝା କରି ଏହି ଟୀକା ପ୍ରଦାନ କରୁଥିଲେ । ଏହି ଅବସରରେ ଆମ ପ୍ରତିନିଧି ଏଏନ୍‌ଏମ୍ ଦିଦିଙ୍କୁ ପ୍ରତିକ୍ରିୟା ମାଗିବାରୁ ଦୁଲେନ ନିକଟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ପରେ ଆମ ମନରେ ଖୁବ୍ ଭୟ ରହିଥିଲେ ବି ନିଜ କର୍ତ୍ତବ୍ୟ ସଂପାଦନ କରିବାକୁ ଆସିଛି ଏବଂ ଅଳ୍ପ ଭୟ ଥିଲେ ସୁଦ୍ଧା ଆଭ୍ୟନ୍ତରୀଣ ଇଲାକାରେ ଲୋକଙ୍କୁ ସେବା ଯୋଗାଇ ପାରୁଥିବାରୁ ଗର୍ବ ବି ଅନୁଭବ ହେଉଛି ବୋଲି କହିଥିଲେ । ଆଜି ସମୁଦାୟ ୮୬ ଜଣଙ୍କୁ ଟୀକା ଦିଆଯାଇଥିଲା । ଦେଢଶୂଳୀବାସୀ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ନିର୍ଭୟତା ସହିତ କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା କରି ଟୀକା ଗ୍ରହଣ କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.