ମାନସିଂହ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ଚତୁର୍ଦ୍ଦଶ ମାସିକ କବିତା ଆସର ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ବରିଷ୍ଠ ସୁସାହିତ୍ୟିକ ତଥା ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼ଃ. ଲକ୍ଷ୍ମୀନାରାୟଣ ଦାଶ ମୁଖ୍ୟଅତିଥି ରୂପେ ଯୋଗ ଦେଇ ସାହିତ୍ୟର ବିଭିନ୍ନ ଦିଗ ବିଷୟରେ ବର୍ଣ୍ଣନା କରିଥିଲେ । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆସରରେ ସଭାପତିତ୍ୱ କରିବା ସହ ଉପଦେଷ୍ଟା ବନବିହାରୀ ପଟ୍ଟନାୟକ ଆସରକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା (ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ ଜଣାଇଥିଲେ । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ରହ୍ମପୁରର ସୁସାହିତ୍ୟିକା ସୁଶ୍ରୀ ସୁଚେତା ପାଣିଗ୍ରାହୀଙ୍କ ବଳିଷ୍ଠ ସଂଯୋଜନାରେ ୩୫ରୁ ଅଧିକ କବି ଓ କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ସୁସାହିତ୍ୟକା କୃଷ୍ଣାଞ୍ଜଳି ଦାସ କବିତା ଆସରର ମହତ୍ତ୍ଵ ବିଷୟରେ ଧାରଣା ଦେଇଥିଲେ । ଅନୁଷ୍ଠାନର ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.