ଡେରାଡୁନ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କର୍ଣ୍ଣାଟକ ହିଜାବ ବିବାଦକୁ ନେଇ କଂଗ୍ରେସ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି । ସେ ଏବେ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରେ ଥିବା ବେଳେ କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯେ, କଂଗ୍ରେସ ଭିତରେ ଜିନ୍ନାଙ୍କ ଆତ୍ମା ପଶିଯାଇଛି । ସେ ଗତକାଲି ରାହୁଲ ଗାନ୍ଧୀଙ୍କ ଗୁଜୁରାଟରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଭାରତ ସମ୍ପର୍କିତ ଟୁଇଟ୍ ଉପରେ ଜୋର୍ଦାର୍ ପ୍ରହାର କରିଥିଲେ ଏବଂ କହିଥିଲେ ଯେ, ରାହୁଲ ଗାନ୍ଧୀ ଉତ୍ତରପୂର୍ବକୁ ଛାଡ଼ିଦେଲେ । ସେ ଆରୋପ କରିଛନ୍ତି ଯେ, ହିଜାବ ଯଦି ସେମାନଙ୍କର ଜରୁରୀ ଥିଲା ତେବେ ଏହି ମାମଲା ୩ ବର୍ଷ ପୂର୍ବରୁ କାହିଁକି ଉଠିଲା ନାହିଁ ? ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ହିଜାବ ଇସ୍ୟୁ ପଛରେ କଂଗ୍ରେସର ହାତ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ସୁପ୍ରିମ କୋର୍ଟ ଏବଂ କର୍ଣ୍ଣାଟକ ହାଇକୋର୍ଟରେ ହିଜାବ ପକ୍ଷ ରଖିବା ପାଇଁ କଂଗ୍ରେସ ନିଜ ଓକିଲଙ୍କୁ ମଧ୍ୟ ଯୋଗାଡ଼ କରିସାରିଛି ।
Next Post