oom

ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ

jsmm

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସିନାପାଲି ଉଚ୍ଚ ବିଦ୍ୟାଳୟଠାରେ ଜାତୀୟ କୃମି ନାଶକ ଦିବସ ଏବଂ ସାର୍ବଜନୀନ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ବୈଠକରେ ସିନାପାଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାଏକ ଉପସ୍ଥିତ ରହି ଶୁଭ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡା. ଶ୍ରୀମାନ ସାହୁ, ଡା. ଭୈରବ ପାଣିଗ୍ରାହୀ, ପି.ଏଚ.ଇ.ଓ ଅଙ୍ଗଦ ରାମ ମାଝୀ, ଭି.ବି.ଡି.ଟି.ଏସ ଦିବ୍ୟ ରଞ୍ଜନ ନାଏକ, ସ୍ୱାସ୍ଥ୍ୟ କର୍ମୀ ବାସନ୍ତୀ ସେଠି ପ୍ରମୁଖ ଉପସ୍ଥିତ ଥିଲେ । ୧୦/୦୨/୨୨ ଠାରୁ ୧୯/୦୨/୨୨ ଦିନ ପର୍ଯ୍ୟନ୍ତ ଆଶା ଏବଂ ଅଙ୍ଗନବାଡି କର୍ମୀ ମାନେ ଘର ଘର ବୁଲି ବାତଜ୍ଵର ପାଇଁ ଡି.ଇ.ସି ବଟିକା ସହିତ କୃମି ନାଶକ ବଟିକା ଅଲବେଣ୍ଡାଜୋଳ ବୟସ ଅନୁପାତରେ ଦେବେ ବୋଲି ସ୍ୱାସ୍ଥ୍ୟ ବିଭାକ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.