csstore

ଡେବିରିମୁଣ୍ଡାରେ ବେଆଇନ ବାହାଘରକୁ ରୋକିଲା ବଲାଙ୍ଗିର ଚାଇଲ୍ଡ ଲାଇନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଡେବିରିମୁଣ୍ଡା ଗ୍ରାମରେ ଜଣେ ନାବାଳିକା ଝିଅକୁ ତାର ପିତା ମାତା ନିକଟସ୍ଥ କପାଣି ଗ୍ରାମର ଜଣେ ସାବାଳକ ସହିତ ବିବାହ କରାଇବାକୁଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ୟୁଥ ସର୍ଭିସ ସେଣ୍ଟର ବଲାଙ୍ଗିର ଚାଇଲ୍ଡ ଲାଇନ ଘଟଣା ସ୍ଥଳରେ ପହଞ୍ଚି ବେଆଇନ ବାହାଘରକୁ ରୋକିବା ସହ ସରକାରଙ୍କ ଦ୍ୱାରା ଘୋଷିତ ବିବାହ ବୟସ ପୂର୍ବରୁ ନାବାଳିକା ଝିଅକୁ ବାହା ନକରିବା ପାଇଁ ପିତା ମାତାଙ୍କୁ ଉପସ୍ଥିତ ଗ୍ରାମବାସୀଙ୍କ ସମ୍ମୁଖରେ ରାଜି କରାଇଥିଲେ । ଏଥିରେ ସିଡିପିଓ ସରିତା ପଟ୍ଟନାୟକ, ସୁପର ଭାଇଜର ସତ୍ୟଭାମା ମହାନନ୍ଦ, ଅଙ୍ଗନୱାଡି କର୍ମୀ ଲଳିତା ମେହେର, ତିଲୋତମା ଛୁରା, ଚାଇଲ୍ଡ ଲାଇନ ମେମ୍ବର ନିଳାମ୍ବର ମହାନ୍ତି, ତପିବର ଭୋଇଙ୍କ ସହ ତୁରେକେଲା ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିବା ନେଇ ଟିମ୍‌ ଲିଡ଼ର ତ୍ରିଲୋଚନ ନାଗଙ୍କଠାରୁ ସୂଚନା ମିଳିଛି ।

jayashree
Leave A Reply

Your email address will not be published.