oom

ଲତା ମଙ୍ଗେଶକରଙ୍କ ବିୟୋଗରେ ଶୋକ

jsmm

କଣ୍ଟାମାଳ, (ମମତା ମହାକୁର) : ଖଟଖଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଲତା ମଙ୍ଗେଶକରଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଗଣେଷ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ରଂଜୁ ଅମାତ ଲତା ମଙ୍ଗେଶକରଙ୍କ ଜୀବନୀ ଉପରେ ଆଲୋକପାତ କରି ତାଙ୍କର ସାରସ୍ୱତ ସାଧନ ପାଇଁ କିପରି ସମଗ୍ର ଭାରତ ପାଇଁ ଗୌରବ ଆଣିଛନ୍ତି ଉପସ୍ଥିତ ଶିକ୍ଷକ ସୁରେନ୍ଦ୍ର କମ୍ପ, ସୁନିତା ମେହେର, ବୈଶାଖୁ ବସ୍ତିଆ ପ୍ରମୁଖ ମତବ୍ୟକ୍ତ କରିଥିବା ବେଳେ ସ୍ୱରୂପା ପଲିଆ, ସୁମୀରଣ ପାଢ଼ୀ, ଟୁନା ପ୍ରଧାନ, ପ୍ରଦୀପ ସାହୁ ପ୍ରମୁଖ ଛାତ୍ର/ଛାତ୍ରୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ତ୍ରିଲୋଚନ ଡାଙ୍ଗ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.