ବିଶ୍ୱବିଦ୍ୟାଳୟ ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଏମ୍‌ ଜଗଦେଶ କୁମାର

ନୂଆଦିଲ୍ଲୀ : ଦିଲ୍ଲୀ ଜବାହାରଲାଲନେହେରୁ ୟୁନିଭର୍ସିଟିର କୁଳପତି ପ୍ରଫେସର ଭାବେ ଏମ୍‌ ଜଗଦେଶ କୁମାରଙ୍କୁୁ କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟ ଆୟୋଗର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି । ପାଞ୍ଚ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଥିବା ବେଳେ ସେ ପାଞ୍ଚ ବର୍ଷ ପାଇଁ ଅଥବା ତାଙ୍କୁ ୬୫ବର୍ଷ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ସେ ଦିଲ୍ଲୀ ଆଇଆଇଟି ଓ ଖଡଗପୁର ଆଇଆଇଟିରେ କାର୍ଯ୍ୟ କରିଥିଲେ । ଇଲେକ୍ଟ୍ରୋନିକ ଇଞ୍ଜିନିୟରିଂରେ ଶ୍ରୀ କୁମାରଙ୍କ ବିଶେଷ ଅଭିଜ୍ଞତା ଓ ପାରଦର୍ଶିତା ରହିଛି ।

Leave A Reply

Your email address will not be published.