ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ୧୭ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଭାଲୁପିଟା ଦଳ ଚାମ୍ପିଅନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ଆଜି ବାରପୁଡୁଗିଆ ହାୱା ଗାର୍ଡେନ ଖେଳ ପଡିଆରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ୧୭ତମ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ସମାଜସେବୀ ଲଳିତ ନାୟକ ଏବଂ ଯୁବ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚାମ୍ପିଅନ ଟ୍ରଫି ବିଜେତା ଦଳକୁ ପ୍ରଦାନ କରାଯାଇଥିଲା । ଭାଲୁପିଟା ଏବଂ ଚାଣ୍ଟିମୁଣ୍ଡା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଭାଲୁପିଟା ଦଳ ବିଜୟ ହୋଇଥିଲା । ମୁଖ୍ୟ ଅତିଥି ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ବିଜୟ ମହଲା, ଶକୁନ୍ତଳା କାଲସାଏ, ଓକିଲ ନୀଳାଦ୍ରୀ ମିଶ୍ର, ରାମେଶ୍ୱର ପଧାନ, ବିବେକ ବୁଡେକ୍, ପ୍ରମୋଦ କର୍ମୀ, ଗିରିଧାରୀ କାଲସାଏ ଖେଳ ପରିଚାଳକ ପୁରୁଷୋତ୍ତମ ବୁଡେକ୍, ଉମେଶ, ବିକି, ଚୈତନ୍ୟ ସାହୁ ପରିଚାଳନା କରିଥିଲେ । କମିଟି ସଭାପତି ଜୟକୃଷ୍ଣ ମିଶ୍ର, ରିଙ୍କୁ, ମନୋଜ, ସଞ୍ଜୟ ନାଏକ, ମିଥୁନ, ଲବ ନାଗ, ଆକାଶ, କାଳିଆ, ଲିପୁ, ବଳରାମ, ପିଣ୍ଟୁ, ଧୋବା ମହଲା, ଦୀପକ, ସଚ୍ଚିକାନ୍ତ, ପ୍ରମୁଖ ଆୟୋଜନ କରିଥିଲେ ।

jittmm
Leave A Reply

Your email address will not be published.