csstore

ଜିଲ୍ଲା ମାଜିଷ୍ଟ୍ରେଟ୍‌ ମାନେ ଏନ୍‌ଏସିର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକାକୁ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ୪୮ ମ୍ୟୁନିସିପାଲିଟି ଓ ୫୯ ଏନ୍‌ଏସିର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟ ମାନେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ୩ଟି ମ୍ୟୁନିସିପାଲ୍‌ କର୍‌ପୋରେସନ୍‌ର ସୀମା ନିର୍ଦ୍ଧାରଣ ଓ ଆସନ ଆରକ୍ଷଣର ଚୂଡାନ୍ତ ତାଲିକା ମଧ୍ୟ ରାଜ୍ୟ ସରକାର ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଛନ୍ତି । ତା୦୧.୦୧.୨୦୨୨ରିଖ ଯୋଗ୍ୟ ତାରିଖକୁ ନେଇ ତା୦୫.୦୧.୨୦୨୨ରିଖରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଭୋଟର ତାଲିକାକୁ ଆଧାର କରି ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ । ଯେଉଁ ମାନଙ୍କର ନାମ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଲିକାରେ ଥାଇ ଭୁଲ ବଶତଃ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ୱାର୍ଡ ୱାରି ପ୍ରାଥମିକ ଭୋଟର ତାଲିକାରେ ସ୍ଥାନ ପାଇ ନଥାଏ ସେମାନଙ୍କ ନାମ ଅନ୍ତର୍ଭୁକ୍ତ କିମ୍ବା ସଂଶୋଧନ କରିବା ପାଇଁ ଦାବୀ କରି ପାରିବେ ଏବଂ ଯେଉଁ ମାନଙ୍କର ନାମ ଭୁଲ ୱାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବ ସେମାନେ ମଧ୍ୟ ସଂଶୋଧନ ପାଇଁ ଦାବୀ କରି ପାରିବେ । ପ୍ରାଥମିକ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା କୌଣସି ଭୋଟରଙ୍କ ନାମ ସମ୍ପର୍କରେ ଆପତ୍ତି ଦାଖଲ କରାଯାଇ ପାରିବ । ବିଧାନ ସଭା ଭୋଟର ତାଲିକାରେ ନାମ ନଥିବା କୌଣସି ନୂଆ ଭୋଟରଙ୍କ ନାମ ଯୋଗ କରାଯାଇପାରିବ ନାହିଁ । ପ୍ରଥମ ଥର ପାଇଁ ଭୋଟର ତାଲିକା ପ୍ରସ୍ତୁତ ସମୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ସମସ୍ତ ନେସ୍‌ନାଲ୍‌ ଓ ଷ୍ଟେଟ୍‌ ପାର୍ଟି ରିକଗ୍‌ନାଇଜଟ୍‌ ଫର୍‌ ଓଡ଼ିଶା ଜିଲ୍ଲା ସ୍ତରରେ ପ୍ରାଥମିକ ଭୋଟର ତାଲିକାରେ ଏକାକିତା ନକଲ ମାଗଣାରେ ନିର୍ବାଚନ ଅଧିକାରୀମାନେ ପ୍ରଦାନ କରିବେ । ଅନ୍ୟ ରାଜନୈତିକ ଦଳ ଏବଂ ବ୍ୟକ୍ତି ବିଶେଷ ନିର୍ବାଚନ ଅଧିକାରୀଙ୍କ ଠାରୁ କିଣି ପାରିବେ ।

jayashree
Leave A Reply

Your email address will not be published.