lika

ଓଡିଶା ରାଜ୍ୟ ସଂଗ୍ରହାଳୟଠାରେ ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଏବଂ ଶହୀଦ ଦିବସ କାର୍ଯ୍ୟକ୍ରମ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓହିଶା ରାଜ୍ୟ ସଂଗ୍ରହାଳୟଠାରେ ଗତକାଲି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ସଚିବ ମଧୁସୁଦନ ପାଢୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ବିଭାଗୀୟ ନିଦ୍ଦେର୍ଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ବକ୍ତା ଭାବେ ଡ. ପ୍ରିତୀଶ ଆଚାର୍ଯ୍ୟ, ଡ. ନିହାର ରଞ୍ଜନ ପଟ୍ଟନାୟକ, ଡ. ଦାଶ ବେନ୍‌ହୁର, ଡ. ପ୍ରହ୍ଲାଦ ସିହ୍ନା ଯୋଗଦାନ କରି ଶହୀଦ ଦିବସର ତାର୍ପର୍ଯ୍ୟ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନ ସଂପର୍କିତ ତଥ୍ୟ ଓ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଓଡିଶା ରାଜ୍ୟ ସଂଗ୍ରହାଳୟଠାରେ ଗାନ୍ଧୀ ଗ୍ୟାଲେରୀର ଉଦ୍‌ଘାଟନ ସହ ଓଡିଶା ଲଳିତ କଳା ଏକାଡେମୀ ଦ୍ୱାରା ଗାନ୍ଧିଜୀଙ୍କ ସଂପର୍କିତ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ କରାଯାଇଛି । ଏଥିସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀଙ୍କ ଦ୍ୱାରା ଓଡିଶା ରାଜ୍ୟ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତୁତ ଗାନ୍ଧିଭିତ୍ତିକ କଫି ଟେବୁଲ ପୁସ୍ତକ ଓ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ସ୍ୱତନ୍ତ୍ର ଗାନ୍ଧୀ ବିଶେଷାଙ୍କ କୋଣାର୍କ ପତ୍ରିକା ମଧ୍ୟ ଉନ୍ମେଚିତ ହୋଇଥିଲା । ଓଡିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀପ୍ରବୋଧ କୁମାର ରାଉତ କୋଣାର୍କ ପତ୍ରିକା ସଂପର୍କିତ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ଏବଂ ଓଡିଶା ଲଳିତ କଳା ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ଗାନ୍ଧୀ ଚିତ୍ରକଳା ପ୍ରଦର୍ଶନୀ ସଂପର୍କରେ ସୂଚନା ପ୍ରଦାନ କରାଯାଇଥିଲେ । ଏଥି ସହିତ ଗାନ୍ଧିଜୀଙ୍କ ଜୀବନ ଆଧାରିତ ଷ୍ଟୋରୀ ଟେଲିଂ ସିଡିର ଉନ୍ମୋଚନ କରାଯାଇଥିଲା । ପ୍ରାରମ୍ଭରେ ସଂଗ୍ରହାଳୟର ଉଦ୍ୟାନ ପରିସରରେ ଏକ ନୀରବ ପ୍ରାର୍ଥନା ସହିତ ସଂଗୀତ ଶିଳ୍ପୀ ଅନିନ୍ଦିତା ଦାସଙ୍କ ନିର୍ଦ୍ଦେଶରେ ସଦ୍‌ଭାବନା ପ୍ରର୍ଥନା ସଭା ଆୟୋଜିତ ହୋଇଥିଲା । ସଂଗ୍ରସାଳୟର ଅଧିକ୍ଷକ ଡ. ଭାଗ୍ୟଲିପି ମଲ୍ଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମଧୁମିତା ମହାନ୍ତି ସଂଯୋଜନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଫେସବୁକ୍‌ ଓ ୟୁଟ୍ୟୁବ ଚାନେଲରେ ସିଧା ପ୍ରସାରଣ କରାଯାଇଥିଲା ।

babaa
Leave A Reply

Your email address will not be published.