oom

ସିନାପାଲି ବ୍ଲକରେ ଭୋଟ ପ୍ରଚାର ଆରମ୍ଭ, ଭୋଟ ଭିକ୍ଷା ମାଗୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଆଶା ଜୈନ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଭ୍ୟ, ସମିସି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ପ୍ରଚାର ଆରମ୍ଭ କରିଛନ୍ତି । ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ନେବା ପାଇଁ ଉଦ୍ୟମ କରୁଛନ୍ତି । ସିନାପାଲି ବ୍ଲକରେ  ୨୭ ଗୋଟି ପଞ୍ଚାୟତ ଥିବା ବେଳେ ୩ ଗୋଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ୧୪ ନମ୍ୱର ଜୋନ୍‌ରେ ୨୪ ହଜାର ୮ ଶହ ୮୪ ଭୋଟର ରହିଥିବା ବେଳେ ଆଜି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଆଶା ଜୈନ ସିନାପାଲି ଦୁର୍ଗା ମନ୍ଦିରରେ ପବିତ୍ର ପୂଜା ଅର୍ଚ୍ଚନା କରି ସିନାପାଲି ସହରର ବିଭିନ୍ନ ଗଳିକନ୍ଦି ବୁଲି ବୁଲି ଭୋଟ ଭିକ୍ଷା ମାଗୁଥିବା ଜଣାପଡିଛି । ଶ୍ରୀମତି ଜୈନ ୧୪ ନମ୍ୱର ଜୋନ୍‌ର ବିକାଶ ମାର୍ଗରେ କାମ କରିବାକୁ ଚାହୁଥିବା ବେଳେ ରାସ୍ତା ପାଣି ବିଜୁଳି ତଥା ଅନେକ ସମସ୍ୟା ଉପରେ ଗୁରୁତ୍ବ ଦେଇ କାମ କରିବି ଏବଂ ସରକାରଙ୍କ ପ୍ରତ୍ୟେକ ଯୋଯନା ଉପରେ ସଚେତନ କରିବା ସହ ଜନସାଧାରଣ ପାଖକୁ ପହଂଚିବା ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.