csstore

ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତା ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସେତୁବନ୍ଧ ସାହୁଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଂଜଳି ଜ୍ଞାପନ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦିବଙ୍ଗତ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତା ଓ ଜିଲ୍ଲା କଂଗ୍ରେସ ସମ୍ପାଦକ ସେତୁବନ୍ଧ ସାହୁଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଂଜଳି ଦିଆଯାଇଛି । ଆଜି ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସମସ୍ତ କର୍ମକର୍ତ୍ତା ଉଭୟ ନେତାଙ୍କ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଅବଦାନ ଉପରେ ଆଲୋକପାତ କରିଥିଲେ । ଆରମ୍ଭରେ ଉଭୟ ନେତାଙ୍କ ଉଦ୍ଧେଶ୍ୟରେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ଦେବତା, ଯୁଗଳ ପ୍ରସାଦ ସିଂ, ନିପନ ଦାଶ, ପାଣ୍ଡବ କର୍ଣ୍ଣ, ସରୋଜ ଷଡ଼ଙ୍ଗୀ, ସରୋଜ ମହାପାତ୍ର, ରବି ପଣ୍ଡା, ଦିଲୀପ ନନ୍ଦ, ପ୍ରତାପ ନାୟକ, ଗୌରବ ପତି, ଅଭିଷେକ ନାୟକ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

jayashree
Leave A Reply

Your email address will not be published.