ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୫୦୫୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୬ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୫୦୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୬୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୪୨୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୩୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୧୨୫ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୧୦, ବାଲେଶ୍ୱରରୁ ୨୦୨, ବରଗଡରୁ ୮୫, ଭଦ୍ରକରୁ ୯୧, ବଲାଙ୍ଗିରରୁ ୧୩୩, ବୌଦ୍ଧରୁ ୪୪, କଟକରୁ ୪୯୫, ଦେବଗଡରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୧୪୦, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୩୪, କେଉଁଝରରୁ ୪୯, ଖୋର୍ଦ୍ଧାରୁ ୧୧୧୧, କୋରାପୁଟରୁ ୭୬, ମାଳକାନଗିରିରୁ ୫୮, ମୟୁରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୬, ନୟାଗଡରୁ ୨୧୭, ନୂଆପଡାରୁ ୧୯୦, ପୁରୀରୁ ୯୪, ରାୟଗଡାରୁ ୮୫, ସମ୍ବଲପୁରରୁ ୧୮୯, ସୁବର୍ଣ୍ଣପୁରରୁ ୧୦୪, ସୁନ୍ଦରଗଡରୁ ୪୨୯ ଓ ଷ୍ଟେଟ ପୁଲ୍‌ରୁ ୨୨୫ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.