oom

ଜିଲ୍ଲା ପ୍ରଶାସନ ଦ୍ୱାରା କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲାର ୧୪ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫି ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ପ୍ୟାରେଡ଼ ପଡ଼ିଆରେ ଅନୁଷ୍ଠିତ ସମ୍ମାନିତ ଉତ୍ସବରେ ଏତଲା ସିଏଚସିର ଡାକ୍ତର ତ୍ୟାଗ ରାଜ ସିଂ ଏବଂ ମେଲଛାମୁଣ୍ଡାର ମେଡିକାଲ ଅଫିସର ଡାକ୍ତର ଦେବାଶିଷ ରଥଙ୍କୁ ମୁଖ୍ୟ ଅତିଥି ଭାବରେ ସମ୍ମାନିତ କରାଯାଇଥିଲା । ସେହିପରି ବରପାଲି ସିଏଚସିର ନର୍ସିପ୍ସ ଅଫିସର ପ୍ରଭାତ ହୋତା, ବରଗଡ଼ ଟୀକାକରଣ କେନ୍ଦ୍ରର ମହିଳା ସ୍ଵାସ୍ଥ୍ୟ କର୍ମୀ ଜୟନ୍ତୀ ଛୁରିଆ ଖୁଣ୍ଟିଆ, ବିଜେପୁର ବ୍ଲକ ପଡା ଗ୍ରାମର ଆଶା କର୍ମୀ ଅଞ୍ଜଳି ନାଏକ, ବରଗଡ଼ର ଅଙ୍ଗନବାଡ଼ି କର୍ମୀ ଅହଲ୍ୟା ପଣ୍ଡା, ଅତାବିରାର ଅଙ୍ଗନବାଡ଼ି କର୍ମୀ ସୁଶ୍ରୀ ଲିଜା ସାହୁ, ବରଗଡ଼ ଟାଉନ ଥାନା ପୋଲିସର ଏଏସଆଇ ପ୍ରେମରାଜ ସାହୁ, ଟ୍ରାଫିକ ପୋଲିସ ଅନ୍ତର୍ଯ୍ୟାମୀ ସାହୁ, ବରଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମିଖାଇଲ କେରକେଟା ଏବଂ ମନୋଜ ଷଣ୍ଢ, ବରଗଡ଼ ମ୍ୟୁନିସିପାଲିଟିର ସଫେଇ କର୍ମଚାରୀ କେଶବ ଗୁର୍ଲା ଓ ମାଳିକା ସୁନାଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ଜିଲ୍ଲାପାଳ ମନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.