ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ : ଗତ ୨୪ ଘଂଟାରେ ୭୪୨୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ୮ ହଜାର ତଳକୁ ଖସିଲା କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ୭୪୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୬୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୪୫୧୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୦୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୧୨୦ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୦୯, ବାଲେଶ୍ୱରରୁ ୪୯୬, ବରଗଡରୁ ୧୩୪, ଭଦ୍ରକରୁ ୧୦୦, ବଲାଙ୍ଗିରରୁ ୨୦୭, ବୌଦ୍ଧରୁ ୯୮, କଟକରୁ ୫୪୮, ଦେବଗଡରୁ ୨୫, ଢେଙ୍କାନାଳରୁ ୩୭, ଗଜପତିରୁ ୯୯, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୪୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୧୨୩, କେନ୍ଦ୍ରାପଡାରୁ ୮୪, କେଉଁଝରରୁ ୧୩୬, ଖୋର୍ଦ୍ଧାରୁ ୧୯୫୯, କୋରାପୁଟରୁ ୧୫୯, ମାଳକାନଗିରିରୁ ୬୭, ମୟୁରଭଞ୍ଜରୁ ୧୬୬, ନବରଙ୍ଗପୁରରୁ ୧୧୭, ନୟାଗଡରୁ ୨୪୫, ନୂଆପଡାରୁ ୧୯୧, ପୁରୀରୁ ୧୦୬, ରାୟଗଡାରୁ ୧୩୧, ସମ୍ବଲପୁରରୁ ୧୬୦, ସୁବର୍ଣ୍ଣପୁରରୁ ୨୧୨, ସୁନ୍ଦରଗଡରୁ ୭୭୮ ଓ ଷ୍ଟେଟ ପୁଲ୍‌ରୁ ୩୯୧ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.