ବ୍ରିଜରୁ ଖସିପଡିଲା କାର୍‌, ବିଧାୟକଙ୍କ ପୁଅଙ୍କ ସମେତ ୭ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ

ୱର୍ଦ୍ଧା : ମହାରାଷ୍ଟ୍ରର ୱର୍ଦ୍ଧା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଏମ୍‌ବିବିଏସ୍‌ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ବିଳମ୍ବିତ ରାତିରେ ଏହି ଛାତ୍ରମାନେ ଯବତମାଲରୁ ୱର୍ଦ୍ଧାକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ସୂଚନାନୁସାରେ, ସେଲ୍‌ସୁରା ନିକଟ ବ୍ରିଜରେ ପହଞ୍ଚିବା ମାତ୍ରେ କାର୍‌ଟି ନିୟନ୍ତ୍ରଣ ବାହାରକୁ ଯାଇ ବ୍ରିଜ୍‌ ତଳେ ଥିବା ନଦୀକୁ ଖସି ପଡିଥିଲା । ୱର୍ଦ୍ଧାର ସାବଙ୍ଗି ମେଡିକାଲ କଲେଜର ୭ ଜଣ ଛାତ୍ର ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ମଧ୍ୟ ଅଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ଛାତ୍ର ଦେଶର ବିଭିନ୍ନ ରାଜ୍ୟରୁ ଆସି ୱର୍ଦ୍ଧାରେ ମେଡିକାଲ୍‌ ପାଠ ପଢ଼ୁଥିଲେ ।

Leave A Reply

Your email address will not be published.