csstore

ରାଉରକେଲା ଆଇନ ମହାବିଦ୍ୟାଳୟରେ ଆଭାସୀ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟରେ ଭାରତରେ ଅପରାଧିକ ବିଚାର ପ୍ରକ୍ରିୟା-ପୁନର୍ବାର ଗଠନ, ବ୍ୟାଖ୍ୟାନ ଓ ନୂତନ ରୂପରେଖ ସଂପର୍କରେ ଏକ ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ଡଃ ସଂପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଭାସୀ ବୈଠକରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆଇନ ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ସହଯୋଗୀ ପ୍ରଫେସର ଡଃ ମୀନକେତନ ସାହୁ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ । ଡଃ ମିଶ୍ର ନାଗା କଷ୍ଟୋମାରୀ ଲ, କ୍ରିମନାଲ ଜଷ୍ଟିସ ସିଷ୍ଟମ୍, ଅଭିଯୁକ୍ତର ଅଧିକାର, ସାକ୍ଷୀ ସଂପର୍କୀତ, ଶିକ୍ଷା ବ୍ୟବସ୍ଥାରେ ତୃଟି, ଡିଜିଟାଲ ଶୁଣାଣି, ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା, ବନ୍ଦୀଙ୍କ ମଧ୍ୟରେ ଶୈଖିକ ଶିବିର ଆଦି ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡଃ ବେହେରା ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିବା ସହ ଏଭଳି ଆଭାସୀ କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କହିଥିଲେ । ସଂଯୋଜିକା ଡଃ ମହାନ୍ତି ସ୍ୱାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଡଃ ପ୍ରଜ୍ଞା ପରମିତା ପଣ୍ଡା, ତନ୍ମୟ ରାଜ ପାଢୀ, ଡଃ ଡି.ପଣ୍ଡା, ଆଲୁମନି ଆସୋସିଏସନ୍‌ର ସଭାପତି ଡଃ ସୁମନ ଦତ୍ତ, କାର୍ଯ୍ୟକାରୀ ସଂପାଦକ ଦେବାଶିଷ ମହାନ୍ତି, ରାଉରକେଲା ଆଇନ ମହାବିଦ୍ୟାଳୟ ସମେତ ରାଜ୍ୟର ଅନ୍ୟାନ୍ୟ ଆଇନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଆଭାସୀ ବୈଠକରେ ଯୋଗଦେଇଥିଲେ । ଶେଷରେ ଅଧ୍ୟାପକ ଡଃ ଦ୍ୱିବେନ୍ଦୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.