ସଇତାନ ହେଲା ପୁଅ : ମା’ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା

ହାଇଦ୍ରାବାଦ : ସଇତାନ ହେଲା ପୁଅ । ମା’ଙ୍କୁ ଡମ୍‌ବେଲ୍‌ରେ ଛେଚି ଛେଚି ହତ୍ୟା କଲା । ମାନସିକ ଭାବେ ଅସୁସ୍ଥ ଥିବା ଜଣେ ବ୍ୟକ୍ତି ଡମ୍‌ବେଲ୍‌ରେ ମା’ଙ୍କୁ ଛେଚି ଛେଚି ହତ୍ୟା କରିଥିବାବେଳେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେଲେଙ୍ଗାନାର ହାଇଦ୍ରାବାଦ ସୁଲତାନ ବଜାର ଅଞ୍ଚଳରେ ଏଭଳି ଘଟଣା ସୋମବାର ଦିନ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ରାତି ୨ଟାରେ ଓ୍ବାର୍କ ଆଉଟ୍‌ କରିବାକୁ କୋଣ୍ଡା ସୁଧିର କୁମାର (୨୪)ଙ୍କୁ ରୋକିଥିଲେ ମା’ କୋଣ୍ଡା ପାପାମା । ଏଥିରେ ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ଡମ୍‌ବେଲ୍‌ରେ ଆକ୍ରମଣ କରିଥିଲା ପୁଅ । ଭଉଣୀ ସୂଚିତ୍ରା ରୋକିବାକୁ ଉଦ୍ୟମ କରିଥିବା ବେଳେ ତାକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲା ଆକ୍ରମଣକାରୀ । ତେବେ ଗ୍ରାଜୁଏସନ୍‌ ଶେଷ ପରେ ସୁଧିର ଫୁଡ଼୍‌ ଡେ଼ଲିଭରି ବଏ ଭାବରେ କାମ କରୁଥିଲା । ମାନସିକ ଭାବେ ସେ ଅସୁସ୍ଥ ଥିବା କୁହାଯାଇଛି ।

Leave A Reply

Your email address will not be published.