csstore

ଯୁବନେତା ତପନ ବେଣ୍ଟକାରଙ୍କ ବିଜେପିରେ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଚାର ଧାରାରେ ଅନୁପ୍ରାଣିତ ହୋଇ ଏବଂ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଇକମାଲ ବ୍ଳକର କେଛୋଦାଦର ଗ୍ରାମର ଟାଣୁଆ ଯୁବ ନେତା ତପନ ବେଣ୍ଟକାର ବିଜେପିରେ ସାମିଲ ହୋଇଥିଲେ । ପାଇକମାଲ ସ୍ଥିତ ପୂର୍ବତନ ବିଧାୟକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ ବିଜେପି ଦଳୀୟ ଚିହ୍ନ ଥିବା ଟୋପି ଓ ଉତ୍ତରୀୟ ଦେଇ ସ୍ଵାଗତ କରିବା ସହ ସାମିଲ କରିଥିଲେ । ଏହି ଉତ୍ସବରେ ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ସରୋଜ ସାମଲ, ପାଇକମାଲ ମଣ୍ଡଳ ସଭାପତି କୈଳାସ ଦିଶ୍ରୀ, ପବିତ୍ର ସୁନା, କ୍ଷୀରସିନ୍ଧୁ ବେଣ୍ଟକାରଙ୍କ ସମେତ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.