csstore

ଡା. ମୈତ୍ରୀ ପୁରୋହିତଙ୍କ ଏମ୍‌ଡି ପରୀକ୍ଷାରେ କୃତିତ୍ୱ ହାସଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲର ଛାତ୍ରୀ ଡା. ମୈତ୍ରୀ ପୁରୋହିତ ବାଙ୍ଗାରୁଲୁା କର୍ଣ୍ଣାଟକ ସ୍ଥିତ ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟରେ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେ ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ଅଧିନରେ ଥିବା ପାଇକମାଲ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟରୁ ବିଏଏମ୍‌ଏସ୍‌ରେ କୃତିତ୍ବର ସହ ଉତ୍ତୀର୍ଣ୍ଣ ହୋଇ ସର୍ବ ଭାରତୀୟ ସ୍ତରରେ ଏଆଇପିଜିଇଟିରେ କୃତକାର୍ଯ୍ୟ ହୋଇ କର୍ଣ୍ଣାଟକ ରାଜ୍ୟର ହାସନ ସ୍ଥିତ ଏସ୍‌ଡିଏମ୍‌ କଲେଜରେ ୨୦୧୮ ମସିହାରେ କୌମାର ଭୃତ୍ୟ ଓ ବାଳ ରୋଗ (ଏମ୍‌ଡି) ବିଭାଗରେ ଯୋଗଦେଇ ଥିଲେ ଓ ତିନି ବର୍ଷ କାଳ ଅଧ୍ୟୟନ କରି କୃତିତ୍ବର ସହ ରାଜୀବ ଗାନ୍ଧୀ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବ ବିଦ୍ୟାଳୟ ବାଙ୍ଗାରୁଲୁରୁ ଶ୍ରେଷ୍ଠ ଦଶ ଜଣଙ୍କ ମଧ୍ୟରୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଡା. ମୈତ୍ରୀ ପୁରୋହିତ ସ୍ବର୍ଗତ ରାଧେଶ୍ୟାମ ପୁରୋହିତଙ୍କ ନାତୁଣୀ ଏବଂ ବରଗଡ ସ୍ଥିତ ଡା ସ୍ବାଧୀନ ଶର୍ମା ଓ ଭାରତୀ ମିଶ୍ରଙ୍କ ବୋହୁ ଅଟନ୍ତି । ଡା. ମୈତ୍ରୀ ପୁରୋହିତଙ୍କ ଏହି କୃତିତ୍ବ ପାଇଁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.