ପ୍ରଧାନପାଲି ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ରାସ୍ତା ଅବରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ପଧାନପାଲି ନିକଟସ୍ଥ ୬ ନଂ ଜାତୀୟ ରାଜପଥ ବାଇପାସ୍ ରାସ୍ତାରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ ପଟୁ ଧକ୍କା ଦେବା ଫଳରେ ଜଣେ ଆ‌ହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଟ୍ରକ ସିଜି ୦୪ ଏନଜି ୪୬୭୫ ଯାଞ୍ଚ ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ମୁମ୍ବାଇରୁ କୋଲକତା ପଟକୁ ଦ୍ରୁତ ଗତିରେ ଯାଉଥିବା ଆରଜେ ୧୧ ସିଡି ୮୪୦୫ ନଂ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ସେଠାରେ ଯାଞ୍ଚ କରୁଥିବା ଏମଭିଆଇ ଅରୁଣ କୁମାର ସାହୁ ପୋଲିସ ଓ ଆମ୍ବୁଲାନ୍ସକୁ ଖବର ଦେବା ପରେ ଘଟଣାସ୍ଥଳରୁ ଆହତ ଡ୍ରାଇଭର କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବାଇପାସ୍ ରାସ୍ତାରେ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରୁଥିବା ବେଳେ ପ୍ରାୟ ସମୟରେ ଦୂର୍ଘଟଣା ଘଟୁଥିବା ପ୍ରତିବାଦରେ ଓଡ଼ିଶା ମୋଟର ଯାନ ସଂଘର କର୍ମକର୍ତ୍ତା ମାନେ ରାସ୍ତା ଅବରୋଧ କରିଥିଲେ । ଫଳରେ ଅନେକ ସମୟ ଧରି ଶହ ଶହ ଯାନବାହାନ ଅଟକି ରହିଥିଲା । ପରେ ପୋଲିସ ଏବଂ ପରିବହନ ବିଭାଗ ର ଅଧିକାରୀ ସେଠାକୁ ପହଞ୍ଚି ଆଲୋଚନା କରିଥିଲେ ।

Leave A Reply

Your email address will not be published.