pakka

ଭେଟେରାନ୍‌ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜଙ୍କ ୮୩ ବର୍ଷ ବୟସରେ ଦେହାନ୍ତ

bbehera

ମୁମ୍ବାଇ : କଥକ ସମ୍ରାଟ ଭାବରେ ଜଣାଶୁଣା ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତ ହୋଇଛି । ୮୩ ବର୍ଷର ବିରଜୁ ମହାରାଜଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । କଥାକରେ ତାଙ୍କର ବିଶେଷ ଅବଦାନ ପାଇଁ ବିରଜୁ ମହାରାଜଙ୍କୁ ୧୯୮୩ ମସିହାରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା । ବିରଜୁ ମହାରାଜ ସଂଗୀତ ନାଟକକ ଏକାଡେମୀ ପୁରସ୍କାର ଏବଂ ମର୍ଯ୍ୟାଦାଜନକ କାଳିଦାସ ସାମ୍ମାନ ମଧ୍ୟ ପାଇଥିଲେ ।

ବିରଜୁ ମହାରାଜ ମଂଚରେ ତଥା ଚଳଚ୍ଚିତ୍ରରେ ତାଙ୍କର ଦକ୍ଷତା ପାଇଁ ପ୍ରଶଂସା ଲାଭ କରିଥିଲେ । ବିରଜୁ ମହାରାଜ ୪ ଫେବୃଆରୀ ୧୯୩୮ରେ ଲକ୍ଷ୍ନୌ ଠାରେ ଜନ୍ମଗ୍ରହଣ କରିଥିଲେ । ବିରଜୁ ମହାରାଜଙ୍କ ପ୍ରକୃତ ନାମ ପଣ୍ଡିତ ବ୍ରଜମୋହନ ମିଶ୍ର । ବିରଜୁ ମହାରାଜଙ୍କ ମୃତ୍ୟୁ ହେତୁ କଳା ଜଗତରେ ଶୋକର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

14 − 6 =