oom

ଛତ୍ରପୁରରେ ବିଜେପିର ସାଙ୍ଗଠନିକ ବୈଠକ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ ପୁତିଗୋପାଳପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦିକା ତଥା ଦକ୍ଷିଣ ଓଡ଼ିଶାର ପ୍ରଭାରୀ ଲେଖାଶ୍ରୀ ସାମନ୍ତସିଂହାର, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମିଶ୍ର, ଅନୁସୂଚୀତ ଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ବିଜେପି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ତଥା ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ପ୍ରଶାନ୍ତ କୁମାର ନାୟକ ସହ ସମସ୍ତ ମଣ୍ଡଳ ସଭାପତି ଜିଲ୍ଲା ଓ ରାଜ୍ୟ ପଦାଧିକାରୀଙ୍କ ଗହଣରେ ଦଳର ସାଂଗଠନିକତା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ଉପସଭାପତି ରଶ୍ମୀରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଲଷ୍ମୀ ଚରଣ ପଣ୍ଡା, ଲିଗାଲ ସେଲ ଆବାହକ ପ୍ରଦୀପ କୁମାର ପାଢୀ, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡ଼ା, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ବିକ୍ରମ ପାଣିଗ୍ରାହୀ, ବିଦେଶୀ ନାହାକ, ଗଞ୍ଜାମ ଏନ.ଏ.ସି. ମଣ୍ଡଳ ସଭାପତି ସୁଦାମ ଜେନା, ଛତ୍ରପୁର ଏନ.ଏ.ସି. ମଣ୍ଡଳ ସାଧାରଣ ସମ୍ପାଦକ ଅମରେଶ ମହାରଣା, ଜିଲ୍ଲା ଯୁବମୋର୍ଚା ସମ୍ପାଦକ ଡ଼ି. ସୁରେଶ ରେଡ୍ଡୀ, କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଗଣପତି ବାରିକ, ଏସ.ସି. ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରେନ୍ଦ୍ର ସେଠୀ, ଜିଲ୍ଲା ଯୁବମୋର୍ଚା ପୂର୍ବତନ ଉପସଭାପତି ରଘୁନାଥ ରେଡ୍ଡୀ, ପୂର୍ବତନ ମଣ୍ଡଳ ସଭାପତି, ଶ୍ରୀଧର ବାଡ଼ତିଆ ପ୍ରମୁଖ ଯୋଗଦେଇ ଦଳର ସାଙ୍ଗଠନିକ ଉପରେ ଚିନ୍ତାପ୍ରକଟ କରିଥିଲେ ।

jittmm
Leave A Reply

Your email address will not be published.