csstore

କେମେରିଆନ କ୍ଲବ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର, ସୋନପୁର, ନୂଆପଡ଼ା ଜିଲ୍ଲାରେ ଥିବା ଫଟୋ ଷ୍ଟୁଡ଼ିଓ ମାନଙ୍କର ସତ୍ତ୍ୱାଧିକାରୀଙ୍କୁ ନେଇ ଗତ ୨୦୧୮ ମସିହାରେ ଗଠନ ହୋଇଥିବା କେମେରିଆନ କ୍ଲବ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ ରାଜଖରିଆର ନିକଟସ୍ଥ ତିଖାଲି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ପ୍ରାରମ୍ଭରେ ଖରିଆରର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ଜଳନ କ୍ଲବର ସଭାପତି ଅଭୟ କୁମାର ସାହୁ ଦ୍ୱାରା କରାଯାଇଥିଲା । ସଭାପତି ଶ୍ରୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଭାପତି ଅଭୟ କୁମାର ସାହୁ, ସଂପାଦକ ଧନମତ ପାଣିଗ୍ରାହୀ, ସହସଂପାଦକ ସୋମନାଥ ସାହୁ, ପାଟଣାଗଡ଼ ୟୁନିଟ୍‌ ମୁଖ୍ୟ ରମେଶ ଚନ୍ଦ୍ର ସାହୁ, କଣ୍ଟାବାଞ୍ଜି ୟୁନିଟ୍‌ ମୁଖ୍ୟ ନିର୍ମଳ ବେହେରା ମଞ୍ଚାସୀନ ଥିବାବେଳେ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ କ୍ଲବ୍‌ର ଉପସଭାପତି ବୁଲୁ ଦାଶ, ଆଗାମୀ ଦିନରେ କ୍ଲବ ଆହୁରି କିପରି ସୁଦୃଢ଼ ହୋଇପାରିବ, ସମସ୍ତ ସଦସ୍ୟଙ୍କ ପାଇଁ ଗ୍ରୁପ୍‌ ଇନ୍‌ସୁରେନ୍ସ ଇତ୍ୟାଦି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ସଂପାଦକ ଧନମତ ପାଣିଗ୍ରାହୀଙ୍କ ଦ୍ୱାରା ବାର୍ଷିକ ବିବରଣୀ ପାଠ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ନିର୍ମଳ ବେହେରା । କଣ୍ଟାବାଞ୍ଜି ୟୁନିଟ୍‌ ଦ୍ୱାରା ଆୟୋଜନ କରାଯାଇଥିବା ଏହି ସଭାରେ ସୋନପୁର, ବଲାଙ୍ଗିର, ପାଟଣାଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ବୀରମହାରାଜପୁର ଆଦି ବିଭିନ୍ନ ସ୍ଥାନରୁ କ୍ଲବର ସଦସ୍ୟ ମାନେ ଯୋଗଦେଇଥିଲେ । ଶେଷରେ ଏକ ଭୋଜିର ଆୟୋଜନ ହୋଇଥିଲା ।

jayashree
Leave A Reply

Your email address will not be published.