ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଓ ବିଜୁ ପକ୍କାଘର ହିତାଧିକାରୀଙ୍କୁ ୩ ହଜାର ଟଙ୍କା ଓଡ଼ିଶା ସରକାରଙ୍କ ଭେଳିକି ବୋଲି ଅଭିଯୋଗ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଘୋଷଣା ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ପାଇଥିବା ହିତାଧିକାରୀ ମାନଙ୍କୁ ୩ ହଜାର ଟଙ୍କା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣାର ଭେଳିକି ଧୀରେ ଧୀରେ ଧରାପଡି ଯାଉଛି । ଅଳ୍ପ କିଛି ହିତାଧିକାରୀଙ୍କ ଏକାଉଣ୍ଟ କୁ ୩ ହଜାର ଟଙ୍କା ରାଜ୍ୟ ସରକାର ପଠାଇ ଏବେ ଚୁପ୍‌ ହୋଇ ବସି ପଡିଛନ୍ତି । ହଜାର ହଜାର ସଂଖ୍ୟାରେ ହିତାଧିକାରୀଙ୍କ ଏକାଉଣ୍ଟକୁ ଏପର୍ୟ୍ୟନ୍ତ ରାଜ୍ୟ ସରକାରଙ୍କ ଟଙ୍କା ପହଞ୍ଚି ନାହିଁ । କାଳିଆ ଯୋଜନା ଭଳି ଏଥିରେ ମଧ୍ୟ କେବଳ ବିଜୁ ଜନତା ଦଳ ସମର୍ଥିତ ହିତାଧିକାରୀ ମାନଙ୍କୁ ଟଙ୍କା ଦିଆ ଯାଉଥିବାର ଅଭିଯୋଗ ହେଉଛି । ଏଭଲି ଏକ ଅଭିଯୋଗ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ରଣଜିତପୁର ଗ୍ରାମରୁ ଆସିଛି । ରଣଜିତପୁର ଗ୍ରାମର ଶ୍ରୀମତୀ ସୁବାସିନୀ ଷାଣ୍ତ, ସୁରଭି ଦିଶ୍ରୀ, ଜୟନ୍ତୀ ବାରିକ, ସଖୀ ଲରିଆ, ସମାରୀ ବରିହା, ଲୁକୁ ଦିଶ୍ରୀ, ନୀଲାମ୍ବର କୁବେର ପାଇକମାଲ ବିଡିଓଙ୍କ ଠାରେ ତାଙ୍କ ଏକାଉଣ୍ଟରେ ୩ ହଜାର ଟଙ୍କା ପଡି ନଥିବା ଅଭିଯୋଗ କରିଛନ୍ତି । ତାଙ୍କ ଗ୍ରାମର କିଛି ହିତାଧିକାରୀଙ୍କ ଏକାଉଣ୍ଟରେ ଟଙ୍କା ପଡି ଯାଇଥିବା ସେମାନେ କହିଛନ୍ତି । କାଳିଆ ଟଙ୍କା ପରି ଏହା ଭୁବନେଶ୍ଵରରୁ ନିୟନ୍ତ୍ରଣ ହୋଇ ସେଇଠୁ ହିତାଧିକାରୀଙ୍କ ଏକାଉଣ୍ଟକୁ ଟଙ୍କା ଆସୁଥିବା ବରଗଡ ପିଡି ଡିଆରଡିଏ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.