ଡେଲାଙ୍ଗ ବ୍ଲକରେ ୨୦୪ ଜଣ କୋଭିଡ ବୁଷ୍ଟର ଡୋଜ ଟୀକା ନେଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକରେ ସୋମବାର ଯେଉଁମାନେ କୋଭିଡିର ପ୍ରଥମ ଓ ଦ୍ଵିତୀୟ ଡୋଜ ନେଇଥିଲେ, ସେମାନଙ୍କୁ ତୃତୀୟ ଡୋଜ ବୁଷ୍ଟର ଟୀକା ଦେବା ଡେଲାଙ୍ଗ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆରମ୍ଭ ହୋଇଛି । ବ୍ଲକରେ ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀଙ୍କ ସମେତ ୨୫ ଷ୍ଟାଫ, ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨୫ ଷ୍ଟାଫ, ହରୀରାଜପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ୨୦ଜଣ, ଇଂଦିପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ୭୧ଜଣ, ଅରୀଶଲରେ ୪୩ ଓ ପଟଣପୁରର ୨୦ ଜଣ ଆଶା, ଅଙ୍ଗନବାଡି କର୍ମୀ, ସହାୟିକା ସହ ସର୍ବ ମୋଟ ୨୦୪ଜଣଙ୍କୁ ବୁଷ୍ଟର ଡୋଜ ଟୀକା ଦିଆଯାଇଥିବା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.