oom

ସାମ୍ବାଦିକ ବିଜୟ କୁମାର ସାହୁ ଓୟୁଜେର ରାଜ୍ୟ ସଂଗଠନ ସମ୍ପାଦକ ଓ ଜୟସିଂହ ଭୋଇ କାର୍ଯ୍ୟକାରୀ ସଦସ୍ୟ ଭାବରେ ନିର୍ବାଚିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଓଡ଼ିଶା ସାମ୍ବାଦିକ ୟୁନିୟନ ଓୟୁଜେର ରାଜ୍ୟ ସଗଠନ ସମ୍ପାଦକ ଭାବରେ ବରଗଡ଼ର ସାମ୍ବାଦିକ ବିଜୟ କୁମାର ସାହୁ ଓ କାର୍ଯ୍ୟକାରୀ ସଦସ୍ୟ ଭାବରେ ସାମ୍ବାଦିକ ଜୟସିଂହ ଭୋଇ ନିର୍ବାଚିତ ହୋଇଛନ୍ତି । ୨୦୨୧-୨୩ ବର୍ଷ ପାଇଁ ଭୁବନେଶ୍ୱର ଓୟୁଜେ ଭବନଠାରେ ଅନୁଷ୍ଠିତ ରାଜ୍ୟ ନିର୍ବାଚନରେ ବରଗଡ଼ ଜିଲ୍ଲାର ଦୁଇ ସାମ୍ବାଦିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟ ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ଭାବରେ ଅଶୋକ କୁମାର ନନ୍ଦ ନିର୍ବାଚିତ ହୋଇଛନ୍ତି । ଗତ ୯ ତାରିଖ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ୨୦୨୧-୨୩ ବର୍ଷ ପାଇଁ ନିର୍ବାଚିତ ପ୍ରତିନିଧିଙ୍କ ନାମ ଘୋଷଣା କରିଛନ୍ତି । ସମସ୍ତ ସାମ୍ବାଦିକଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସଗଠନକୁ ଅଧିକ ସୁଦୃଢ କରିବା ସହ ସାମ୍ବାଦିକଙ୍କ ବୀମା ରାଶିକୁ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା ଓ ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ପେନସନ ଯୋଜନା ଲାଗୁ କରିବା ପାଇଁ ସରକାରଙ୍କ ଠାରେ ଦାବୀକୁ ଯୋରଦାର କରାଯିବ ବୋଲି ନୂତନ ଦାୟିତ୍ୱ ନେଇଥିବା କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ନୂତନ ନିର୍ବାଚିତ କର୍ମକର୍ତ୍ତାଙ୍କୁ ବରଗଡ଼ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ୍‌ ବରଗଡ଼ ଜାବ ଶାଖା ତରଫରୁ ବରିଷ୍ଠ ସଦସ୍ୟ ଭୀଷ୍ମ ଦେବ ପଣ୍ଡା, ସୁରେଶ ଦାଶ, ଡ଼ମ୍ବରୁଧର ରଣା, ହେମନ୍ତ ପ୍ରଧାନ, ଡିଗ୍ରିଧର ସାହୁ, ଦୂର୍ଗା ପ୍ରସାଦ ତ୍ରିବେଦୀଙ୍କ ସମେତ ଜାବ ସଭାପତି ରବି ନାରାୟଣ ପଣ୍ଡା, ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ପ୍ରମୁଖ ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଛନ୍ତି । ଆସନ୍ତା ଦିନରେ ବରଗଡ଼ ଜିଲ୍ଲାର ଜାବ ଶାଖାକୁ ଆହୁରି ସକ୍ରିୟ କରାଯିବ ବୋଲି ସଭାପତି ପଣ୍ଡା କହିଛନ୍ତି ।

jittmm
Leave A Reply

Your email address will not be published.