ପୁରେନା ଗ୍ରାମରେ ଶ୍ରୀ ବୁଢାଦେଓ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଶ୍ରୀ ବୁଢାଦେଓ ମନ୍ଦିରଠାରେ ପୌଷ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଜଗତ ଛଦିଆ ଗୋଣ୍ଡ ବଂଶୀୟ ପୁଟିଙ୍କ ଆରାଧ୍ୟ ଦେବତା ଶ୍ରୀ ବୁଢାଦେଓ ପୂଜା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପୂଜା ଉତ୍ସବ ସମାରୋହରେ ପୁରେନା, ଖପୁରିଡିହି, ବଖରମାଲ ଆଦି ଗ୍ରାମର ଜଗତ ଛଦିଆ ପୁଟା ବଂଶର ପରିବାର ଲୋକେ ଶତାଧିକ ସମାଗମ ହୋଇଥିଲେ । ପୂଜାରେ ଦେହ୍ବା ରାମସିଂ ପୁଟା, କୁମରା ଆନନ୍ଦ ପୁଟା, ଛତରିଆ କେଶଲାଲ ପୁଟା, ବିଶି ଉଦେରାମ, ନୃରା ବିରାଲାଲ ଧରୁଆ ଓ ଅମୂଲ୍ୟ ପୁଟା ପ୍ରମୁଖ ପୂଜାର୍ଚ୍ଚନା କରିଥିଲେ । ଏହି ସମଗ୍ର କାର୍ୟ୍ୟକ୍ରମକୁ ଶ୍ରୀ ଗୋବର୍ଦ୍ଧନ ପୁଟା, ଆନନ୍ଦ ପୁଟା, ଦୁର୍ଯ୍ୟୋଧନ ପୁଟା, ଅନଙ୍ଗ ପୁଟା, ଦେବାନନ୍ଦ ପୁଟା, ବିହାରୀ ପୁଟା, ବିଶ୍ବାଳ ମାଝୀ, ଚିନ୍ତା ମାଝୀ, ମନନ୍ତା ମାଝୀ, ଚୈତ ମାଝୀ, ସୁନ୍ଦର ପୁଟା ପ୍ରମୁଖ ସହଯୋଗ କରିଥିଲେ । ପୂଜା ସମାପନ ପରେ ପ୍ରସାଦ ସେବନ କରିଥିଲେ ।

jittmm
Leave A Reply

Your email address will not be published.