pakka

ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ସମାଜସେବୀ ସଙ୍ଗଠନ ସଂକଳ୍ପ ପରିବାରର ବାର୍ଷିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂକଳ୍ପ ପରିବାର ପକ୍ଷରୁ ବିଗତ ଦିନ ମାନଙ୍କରେ ସମାଜସେବା କ୍ଷେତ୍ରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା ଏବଂ ଆଗାମୀ ଦିନରେ କିପରି ସଂକଳ୍ପ ପରିବାର ଲୋକମାନଙ୍କୁ ଉନ୍ନତମାନର ସେବା ଯୋଗେଇ ଦେବ ସେନେଇ ଆଲୋଚନା କରାଯାଇଥିଲା । କୋଭିଡ଼ ସମୟରେ ସଂକଳ୍ପ ପରିବାରର ବିଭିନ୍ନ ସ୍ବେଛାସେବୀମାନଙ୍କ ଅବଦାନ ଅତୁଳନୀୟ ବୋଲି ସଭାପତି ରୋହିତ ଜଶ୍ୱାଳ ମତ ରଖିଥିଲେ ଏବଂ କୋଭିଡ଼ର ତୃତୀୟ ଲହରରେ ମଧ୍ୟ ଭୟଭୀତ ନହୋଇ ସଚେତନତା ସହ ଅସହାୟଙ୍କ ସେବା ଯୋଗେଇଦେବା ତଥା କୋଭିଡ଼ ଆକ୍ରାନ୍ତଙ୍କୁ ଆବଶ୍ୟକୀୟ ସ୍ଥଳେ ଅକ୍ସିଜେନ ଯୋଗେଇବା, ଆମ୍ବୁଲେନ୍ସ ଯୋଗେଇବା, ଜରୁରୀ ପରିସ୍ଥିତିରେ ସଂକ୍ରମିତଙ୍କୁ ଚିକିତ୍ସାଳୟକୁ ପହଞ୍ଚାଇବା ପାଇଁ ବୈଠକରେ ସ୍ଥିରିକୃତ ହୋଇଥିଲା । ଏହା ବ୍ୟତୀତ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ୟ୍ୟ କରିବା ପାଇଁ ଆଲୋଚନା କରାଯାଇଥିଲା ଏବଂ ନୂତନ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ୱ ଦେବା ସହିତ ଯୁବପୀଢ଼ିଙ୍କୁ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ସାମାଜିକ ଉନ୍ନତି ଦିଗରେ କାମ କରିବ ସେନେଇ ସଂକଳ୍ପ ବଦ୍ଧ ହୋଇଥିଲା ସଂକଳ୍ପ ପରିବାର । କୋଭିଡ଼ ମହାମାରୀ କେତେ ଯେ ଭୟଙ୍କର ଏହା କରୋନାର ପ୍ରଥମ ଲହର ଓ ଦ୍ଵିତୀୟ ଲହରରେ ସାରା ବିଶ୍ୱ ଦେଖିସାରିଥିବା ବେଳେ ଏବେ ତୃତୀୟ ଲହର ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳାଇ ଦେଇଛି, ତେବେ ଏଥିରେ ଭୟଭୀତ ନହୋଇ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ବିଭିନ୍ନ ନିୟମକୁ ପାଳନ କରିବା ସହିତ ସତର୍କ ଓ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଆବଶ୍ୟକ ସ୍ଥଳେ ସେବା ଯୋଗାଇ ଦେବା ପାଇଁ ସଂକଳ୍ପ ପରିବାର ପକ୍ଷରୁ ଏକ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ( ୭୦୦୮୫୬୯୧୫୦) ଜାରି କରାଯାଇଛି । ଏହି ହେଲ୍ପ ଲାଇନ ନମ୍ବର ସାହାଯ୍ୟରେ ଆପଣମାନେ ଜରୁରୀ ସମୟରେ ସେବା ପାଇ ପାରିବେ । ସଂକଳ୍ପ ପରିବାରର ସଭାପତି ରୋହିତ ଯଶ୍ୱାଳଙ୍କ ସଭାପତିତ୍ୱରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ସଂକଳ୍ପ ପରିବାରର ଉପଦେଷ୍ଟା ରାଜେଶ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one + 19 =