ଆଦିବାସୀମାନଙ୍କ ସଂରକ୍ଷଣ ଦାବୀରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ବେଲପଡ଼ା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦାବୀରେ ଗତକାଲି ଆଦିବାସୀ ସଂଘ ଏକତ୍ରିତ ହୋଇ ପରମ୍ପରା ଅସ୍ତ୍ରଶସ୍ତ୍ର ଧରି ବେଲପଡ଼ା ତରଣୀ ମନ୍ଦିରଠାରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚିଛି । ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନା ସହ ସ୍ଥାନୀୟ ବିଧାୟକ ସରୋଜ କୁମାର ମେହେରଙ୍କ ଫଟୋ ଚିତ୍ରରେ ଚପଲ ମାଳ ପିନ୍ଧାଇବା ସହ ବିଭିନ୍ନ ନାରାବାଜି ଦେଇ କୁଶପୁତ୍ତଳିକା ଦାହ କରିଥିଲେ । ପରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ରାଜ୍ୟ ସରକାର ଆଦିବାସୀମାନଙ୍କ ସଂରକ୍ଷଣ ଲାଗୁ କରିବା ପାଇଁ ବେଲପଡ଼ା ବିଡିଓ ଭିକ୍ଟର ସୁରେନଙ୍କ ଜରିଆରେ ରାଜ୍ୟପାଳ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ସରକାର ଆଦିବାସୀମାନଙ୍କ ପାଇଁ ଉଦ୍ଧିଷ୍ଟ ସଂରକ୍ଷଣ ନିୟମ ଉଲ୍ଲଂଘନ କରି କୋଟା ଉଚ୍ଛେଦ କରି ସମ୍ପୂର୍ଣ୍ଣ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ, ବେଆଇନ ଏବଂ ଆଦିବାସୀମାନଙ୍କ ପ୍ରତି ଓଡିଶା ସରକାର ବୈମାତୃକ ମନୋଭାବ, ଘୃଣା, ପାତର ଅନ୍ତର ନୀତି, ନୃସଂଶ ଆଚରଣ, ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଆାଦିବାସୀ ନେତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଆାଦିବାସୀମାନଙ୍କୁ ସରକାର ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଆାଦିବାସୀମାନେ ଦାବୀ କରିବା ସହ ନିର୍ବାଚନ କରାଇ ଦିଆଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସୁରକ୍ଷା ପାଇଁ ପାଟଣାଗଡ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ବେଲପଡ଼ା ଥାନା ଅଧିକାରୀ ବୁଲୁ ମୁଣ୍ଡା, ଖପ୍ରାଖୋଲ ଆଇଆଇସି ସେଭନ କେରକେଟାଙ୍କ ସହ ଏକ ପ୍ଲାଟୁନ ପୋଲିସ ମୁତୟନ ଥିଲେ । ଏଥିରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି ବ୍ଲକ ସଭାପତି ବସନ୍ତ ମାଝୀ, ମୁଖ୍ୟ ଉପଦେଷ୍ଟା ପୁରୁଷୋତ୍ତମ ଧରୁଆ ସମ୍ପାଦକ ରାଜକିଶୋର ଛତ୍ରିୟା, ଆାଦିବାସୀ ନେତା ଇଶ୍ଵର ମିର୍ଦ୍ଧା, କୁନୁ ମୁଣ୍ଡା, ମହିନ୍ଦ୍ର ଧରୁଆ, ଲଳିତ ମିର୍ଦ୍ଧା, ପୁରନ୍ଦର ଛତ୍ରିୟା, ଜଗ ଜୀବନ୍ ଭୋଇ, ସଞ୍ଜୟ ଛତ୍ରିୟା, ଘନଶ୍ୟାମ ଧରୁଆ ସମେତ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।

Leave A Reply

Your email address will not be published.

two × two =

error: Content is protected !!