csstore

ପଦ୍ମଶ୍ରୀ ବିଦ୍ୟା ବାଚସ୍ପତି ଶ୍ରୀନିବାସ ଉଦ୍‌ଗାତାଙ୍କ ଜନ୍ମ ଦିବସ ପାଳିଲା ବଲାଙ୍ଗିର ଦିନ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଶ୍ରେଷ୍ଠତମ ସାହିତ୍ୟ ସ୍ରଷ୍ଟା ତଥା ସାରସ୍ୱତ ସାଧକ ବିଦ୍ୟା ବାଚସ୍ପତି ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତାଙ୍କ ଆଜି ୮୭ତମ ଜନ୍ମ ଦିବସ । ସେ ଦେଶର ଅନ୍ୟତମ ଶ୍ରେଷ୍ଠ ଅନୁବାଦକଙ୍କ ମଧ୍ୟରେ ଅନ୍ୟତମ । ବଲାଙ୍ଗିର ଦିନ୍‌ କମିଟି ତରଫରୁ ଶ୍ରୀ ଉଦ୍‌ଗାତାଙ୍କ ଦୀର୍ଘ ଓ ନିରାମୟ ଜୀବନ ପାଇଁ ସକାଳୁ ମା’ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପରେ କମିଟି ସଦସ୍ୟମାନେ ଶ୍ରୀ ଉଦ୍‌ଗାତାଙ୍କ ରାଧାରାଣୀପଡା ସ୍ଥିତ ବାସଭବନକୁ ଯାଇ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ । କମିଟି ଶ୍ରୀ ଉଦ୍‌ଗାତାଙ୍କୁ ତାଙ୍କ ଜନ୍ମ ଦିବସ ଉପଲକ୍ଷେ ଏକ ତୁଳସୀ ଗଛ ଉପହାର ସଦୃଶ ପ୍ରଦାନ କରିଥିଲେ । ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅଙ୍କୁଶ ପାଣ୍ଡିଆ, ଉପଦେଷ୍ଟା ରତନ ମହାରଣା, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ, ପ୍ରେସ କ୍ଲବ ସଭାପତି ଅରୁଣ ମିଶ୍ର, ସାମ୍ବାଦିକ ବିରେନ୍ଦ୍ର ଝାଙ୍କର, ବିଶ୍ୱଜିତ ଦାଶ, ଯୁଧିଷ୍ଟି ମେହେର, ଅର୍ଜୁନ ସାହୁ, ପ୍ରଶାନ୍ତ ମହାକୁରଙ୍କ ସମେତ ବିକାଶ ସା, ଶୋଭନ ଅଗ୍ରୱାଲ, ପ୍ରିୟଙ୍କା ପଟ୍ଟନାୟକ, ବ୍ୟାସଦେବ ନନ୍ଦ ପ୍ରମୁଖ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.