csstore

ରାତିରେ ଅନ୍ତିମ ସଂସ୍କାର କରି ନଥିଲେ ସକାଳୁ ଜଳି ଉଠିଥାନ୍ତା ଜାତୀୟ ଦଙ୍ଗା : କୋର୍ଟକୁ କହିଲେ ୟୁପି ସରକାର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଗଣ ଦୁଷ୍କର୍ମ ସହ ସଂପୃକ୍ତ ଏକ ଜନହିତ ଯାଚିକା ସମ୍ବନ୍ଧରେ ଦାୟର ହୋଇଥିବା ମାମଲାରେ ୟୁପି ସରକାର ନିଜର ପକ୍ଷ ରଖିଛନ୍ତି । ତେବେ ଡିଏମ୍‌ଙ୍କ ଦ୍ୱାରା ବିଳମ୍ବିତ ରାତିରେ ଶବ ଦାହ କରାଯିବା ବିଷୟରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାତିରେ ଶବ ଦାହ କରି ନଥିଳେ ସକାଳୁ ଅସାଧାରଣ ଜାତୀୟ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥାନ୍ତା, ଏଣୁ ଏଭଳି ପଦକ୍ଷେପ ନିଆଯାଇଛି । ୟୁପି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଇଣ୍ଟେଲିଜେନ୍ସର ରିପୋର୍ଟ ଥିଲା ୩୦ ସେପ୍ଟେମ୍ବର ସକାଳୁ ଅନେକ ସଂଗଠନର ବ୍ୟକ୍ତିବିଶେଷ ଗାଁରେ ଜମାହେବେ । ଘଟଣାକୁ ଜାତୀୟ ରଙ୍ଗ ଦିଆଯିବାକୁ ପ୍ରଚେଷ୍ଟା କରାଯାଉଛି । ବାବ୍‌ରୀ ମସ୍‌ଜିଦ୍‌ ଶୁଣାଣି ଯୋଗୁଁ ୟୁପି.ରେ ହାଇଆଲର୍ଟ ସ୍ଥତି ରହିଥିଲା । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଳମ୍ବିତ ରାତିରେ ଶବ ଦାହ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ସୂଚନାଯୋଗ୍ୟ ଯେ, ସୁପ୍ରିମ କୋର୍ଟ ଦ୍ୱାରା ଉତ୍ତର ପ୍ରଦେଶର ହାଥ୍‌ରସ୍‌ ଜିଲ୍ଲାର ୧୯ ବର୍ଷୀୟା ଦଳିତ ଯୁବତୀଙ୍କ ସହ ବିଭତ୍ସ ସାମୁହିକ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଶୀର୍ଷ ଅଦାଲତ କିମ୍ବା ହାଇକୋର୍ଟର ବର୍ତ୍ତମାନର ଅଥବା ପୂର୍ବତନ ନ୍ୟାୟାଧୀଶଙ୍କ ଅଧୀନରେ ସିବିଆଇ କିମ୍ବା ଏସ୍‌ଆଇଟି ତଦନ୍ତର ଦାବୀ କରାଯାଇଛି । ତେବେ ଜନହିତ ଯାଚିକା ସାମାଜିକ କାର୍ଯ୍ୟକର୍ତ୍ତା ସତ୍ୟମ ଦୁବେ ଏବଂ ଅଧିବକ୍ତା ବିଶାଲ ଠାକୁର ଓ ପ୍ରତାପ ଯାଦବ ଦର୍ଜ କରିଛନ୍ତି, ଯାହା ଉପରେ ନ୍ୟାୟାଧିଶ ଏ.ଏସ୍‌. ବୋପନ୍ନା ଏବଂ ବି. ରାମ ସୁବ୍ରମଣ୍ୟମଙ୍କ ସହ ପ୍ରଧାନ ନ୍ୟାୟାଧୀଶ ଏସ୍‌.ଏ.ବୋବଡେ଼ଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଶୁଣାଣୀ କରିବ ।

jayashree
Leave A Reply

Your email address will not be published.