csstore

ନଆଗାଁ ରେ ଗୋଣ୍ଡୱାନା ଗୋଣ୍ଡ ମହାସଭା ବୈଠକ

ଲୋଇସିଂହା (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଆଗଲପୁର ମଣ୍ଡଳ ନଅଗାଁ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ସାମାଜିକ ସ୍ରୋତରୁ ଓହରି ଯାଇଥିବା ୫୫ଟି ପରିବାରକୁ ଗୋଣ୍ଡୱାନା ଗୋଣ୍ଡ ମହାସଭାରେ ସାମିଲ କରାଯାଇଥିଲା । ନଅଗାଁ ସର୍କଲ ସଭାପତି ନୀଳକଣ୍ଠ ପୁଟାଙ୍କ ସଭାପତିତ୍ୱରେ ତଥା ଆଗଲପୁର ମଣ୍ଡଳ ସଭାପତି ଭୁବନେଶ୍ୱର ଧରୁଆଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାସଭାର ରାଜ୍ୟ ଉପସଭାପତି ବିନୋଦ ବିହାରୀ ମଲ୍ଲିକ, ଲୋଇସିଂହା ମଣ୍ଡଳ ସଭାପତି ଦଶରଥ ଛତ୍ରିଆ, ଜିଲ୍ଲା ସଭ୍ୟ କେଶରୀ କୁଅଁର, ପ୍ରୀତିଚନ୍ଦ୍ର ରାଏ, ଆଗଲପୁର ମଣ୍ଡଳ ଉପସଭାପତି ରାଜକୁମାର ଭୋଇ, ମହାସଚିବ କିଶୋର ଭୋଇ, ଗୋଣ୍ଡୱାନା ଛାତ୍ର ସଂଗଠନ ବଲାଙ୍ଗୀର ଜିଲ୍ଲା ସଭାପତି ଲଲିତ ମୋହନ ପୁଟା, ଚନ୍ଦ୍ରଶେଖର କୁଅଁର, ସଞ୍ଜୟ କଏଣ୍ଡା, ରୁକ୍ମଣ ଧରୁଆ, ଦିଲୀପ କୁଅଁର, ଯୁବରାଜ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଗୋଣ୍ଡୱାନା ଗୋଣ୍ଡ ମହାସଭାର ରୀତିନୀତି ତଥା ସଂସ୍କୃତିକୁ ମାନି ଚଳିବା ପାଇଁ ଉପସ୍ଥିତ ସମସ୍ତ ପରିବାର ପ୍ରତିଶ୍ରୁତି ଦେଇଥିଲେ । ସତ୍ୟମ ଦଳପତି ସଭା ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.