pakka

ଓଡ଼ିଶା ଜୀବିକା ମିଶନ ଦ୍ଵାରା ଗାଈ କ୍ଲଷ୍ଟର ସ୍ଥାପନ ପାଇଁ ଯୋଜନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମେରପିଟା ପଂଚାୟତ ନିକଟରେ ପଞ୍ଚାୟତ ସ୍ତରୀୟ ଗାଈ କ୍ଳଷ୍ଟର ସ୍ଥାପନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଟୀର ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ଗାଈ ଚାଷ ଉପଯୋଗୀ ହୋଇପାରିବ ବୋଲି ମତ ଆସିଥିଲା । ଓଡ଼ିଶା ଜୀବିକା ମିଶନ ମାଧ୍ୟମରୁ ଗାଈ ଚାଷ ପାଇଁ ଦଶ ଲକ୍ଷ ଟଙ୍କା ଋଣ ଆକାରରେ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଥିଲା । ମନରେଗା ମାଧ୍ୟମରୁ ୨ଏକର ଜମିରେ ଘାସ ଚାଷ ପାଇଁ ପ୍ରସ୍ତାବ କରାଯାଇଛି । ଏଥିରେ ବ୍ଲକ୍ ପ୍ରକଳ୍ପ ପରିଚାଳକ ପ୍ରଦୀପ ଛତ୍ରିଆ ପରିଚାଳନା କରିଥିଲେ । ଜିଲ୍ଲା ପ୍ରକଳ୍ପ ପରିଚାଳକ କମଲେନ୍ଦୁ ପଲ୍ କହିବା ଅନୁସାରେ ଜିଲ୍ଲାର ପ୍ରଥମ ଗାଈ କ୍ଲଷ୍ଟର ଏଠାରେ କରାଯାଉଛି । ଓମଫେଡ ନିର୍ଦ୍ଦେଶକ ସରୋଜ ବାବୁ ଘାସ ଚାଷ ଉପରେ ଗୁରୁତ୍ବ ଆରୋପ କରିଥିଲେ । ମନରେଗା କୋଡ଼ିନେଟର ଅଶୋକ ସାହୁ ଗୋଚର ଜମିରେ ଘାସ ଚାଷ କରିବା ପାଇଁ ମନରେଗା ବିଭାଗରୁ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଡିଆରଡିଏରୁ ଆସିଥିବା ଘନଶ୍ୟାମ ସାହୁ ପ୍ରତ୍ୟେକ ପରିବାର କିଭଳି ଭାବେ ଭଲ ଗାଇ ରଖି ଆର୍ଥିକ ଉନ୍ନତି ହୋଇପାରିବ ସେ ଉପରେ ଆଲୋକପାତ କରିଥିଲେ । ସେହି କାର୍ୟ୍ୟକ୍ରମରେ ଏପିଓ, ପ୍ରଶାନ୍ତ ସାହୁ, କୈଳାଶ ଚନ୍ଦ୍ର ସାହୁ, ଆଇସିଆରଜି କୋଡିନେଟର ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମ ପରିଚାଳନାରେ ଡୁମେରପିଟା ପଞ୍ଚାୟତ ସ୍ତରୀୟ ସଂଘର ଏମବିକେ ତୁଲେଶ୍ୱରି ମେହେର ସହଯୋଗ କରିଥିବା ବେଳେ ସମସ୍ତ ସିଆରପି ସିଏମ୍ ଏବଂ ଚାଷୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 4 =