oom

ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଲେ ଆଦିବାସୀ : ତାଲିକାର ପୁର୍ନବିଚାର ଦାବୀରେ ଅସ୍ତ୍ରଶସ୍ତ୍ର ଧରି ସଇଁନ୍ତଲା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣକୁ ନେଇ ତାତିଛନ୍ତି ଆଦିବାସୀ । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ସ୍ଥାନୀୟ ଡାକବଙ୍ଗଳାଠାରୁ ପାରମ୍ପାରିକ ଅସ୍ତ୍ରଶସ୍ତ୍ରରେ ଆଦିବାସୀମାନେ ବାହାରି ବ୍ଳକ କାର୍ଯ୍ୟାଳୟକୁ ପହଁଚି ଥିଲେ । ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ, କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ବିଡିଓ କାର୍ଯ୍ୟାଳୟ ଓ ଥାନା ସାମ୍ନାରେ ଲାଗିଥିବା ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହୋଡୀଂକୁ ମଧ୍ୟ ଅସ୍ତ୍ରଶସ୍ତ୍ରରେ ଫାଡ଼ି ଥିଲେ । ଜିଲ୍ଲା ଆଦିବାସୀ ଓ ସ୍ଥାନୀୟ ଆଦିବାସୀ କଲ୍ୟାଣ ସଂଘର ମିଳିତ ଉଦ୍ୟମରେ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ । ସୂଚନାମତେ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଆସନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ ଆଣି ସଇଁନ୍ତଲାର ବହୁ ସଂଖ୍ୟାରେ ଆଦିବାସୀ । ଖାଲି ସେତିକି ନୁହେଁ ବ୍ଲକ କାର୍ଯ୍ୟାଳୟ ଆଗରେ ଶୋଭାଯାତ୍ରା କରିବା ସହ ହାତରେ ପ୍ଲାକାର୍ଡ ଧରି ସେମାନେ ନାରାବାଜି କରିଥିଲେ । ମିଳିଥିବା ରିପୋର୍ଟ ମୁତାବକ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାକୁ ନେଇ ଆଦିବାସୀଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେଉଛି । ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚ ଆସନ ପାଇଁ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାରେ ପାତର ଅନ୍ତର ହୋଇଥିବା ଅଭିଯୋଗ କରି ଅସନ୍ତୋଷ ପ୍ରକାଶ ପାଇଛି । ଅସ୍ତ୍ରଶସ୍ତ୍ର ଧରି ବିରୋଧ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାର ପୁନଃ ବିଚାର ପାଇଁ ଦାବୀ କରିଛନ୍ତି । ଆଜି ଆଗାମୀ ଦିନରେ ରାଜ୍ୟ ସରକାର ପକ୍ଷରୁ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନନେଇ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ବଲାଙ୍ଗିର ଜିଲ୍ଲାର ୩୧୭ଟି ଗ୍ରାମ ପଞ୍ଚାୟତରୁ ୭୨ଟିରେ ରୋଟେସନ ଆଧାରରେ ସିଟ୍ ସଂରକ୍ଷଣ ପାଇଁ ଆଦିବାସୀମାନେ ଦାବୀ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଘଟଣା ସ୍ଥାନରେ ଟିଟିଲାଗଡ଼ ଏସ୍‌ଡ଼ିପିଓ ସୁରେନ୍ଦ୍ର ନାଥ ଶତପଥୀ, ସ୍ଥାନୀୟ ଥାନା ଅଧିକାରୀ ଅବନୀ ସାହୁ ସମେତ ପୁଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ସ୍ଥାନୀୟ ଆଦିବାସୀ ସଂଘ ସଭାପତି ସନ୍ତୋଷ ପୁଟା, ବ୍ଳକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ପ୍ରେମାନନ୍ଦ ଭୋଇ, ନାରୀ ନେତ୍ରୀ ସୁରଭି ଭୋଇ, ସାବିତ୍ରୀ ଭୋଇ, ମହେନ୍ଦ୍ର ମଲ୍ଲିକ, ଗିରିଧାରୀ ଭୋଇ, ଗିରିରାଜ ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.