pakka

ଅସ୍ଥାୟୀ ବନ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀ : ବଲାଙ୍ଗିରରେ ବନ କର୍ମଚାରୀଙ୍କ ସଭା

bbehera

ବଲାଙ୍ଗିର, (କେପିଏମ୍‌ଏସ୍‌) : କେନ୍ଦୁପତ୍ର, ଜଙ୍ଗଲ ବିଭାଗ ଓ ବନ୍ୟଜନ୍ତୁ ସଂରକ୍ଷଣ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ୱାଚରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଆଜି ବଲାଙ୍ଗିର କେନ୍ଦୁପତ୍ର ଡାକ ବଙ୍ଗଳାଠାରେ କମ୍ବୁପାଣି ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର, ପାଟଣାଗଡ, ପଦ୍ମପୁର, ଟିଟିଲାଗଡ, ବୌଦ୍ଧ, ଖରିଆର ଡିଭିଜନର କେନ୍ଦୁପତ୍ର ଓ ଜଙ୍ଗଲ ବିଭାଗର କାର୍ଯ୍ୟରତ ୱାଚର ସଂଘର ପ୍ରମୁଖ ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ । ପଦ୍ମପୁର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ପ୍ରଦୀପ ପୁରୋହିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଂପାଦକ କୋକିଲ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅସ୍ଥାୟୀ ବନ କର୍ମଚାରୀଙ୍କ ଦାବୀ ପ୍ରତି ରାଜ୍ୟ ସରକାର ଅବିଚାର କରୁଥିବା ପ୍ରକାଶ କରିଥିଲେ । ଜଙ୍ଗଲ ବିଭାଗ ଅଧିନରେ ଏବେ ୪ଶହ ଜଣ ୱାଚର ଦୈନିକ ମଜୁରୀ ଭାବେ ୧୨ ମାସ କାର୍ୟ୍ୟ କରୁଛନ୍ତି । ୧୯୯୭ ମେ ୧୫ ତାରିଖ ଦିନ ରାଜ୍ୟ ଅର୍ଥ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରି ୧୦ ବର୍ଷରୁ ଉର୍ଦ୍ଧ୍ବ କାର୍ଯ୍ୟ କରୁଥିବା ୱାଚରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବା କଥା ପ୍ରକାଶ କରିଥିଲେ । ପ୍ରଥମ ପର୍ୟ୍ୟାୟରେ କିଛି ୱାଚରଙ୍କୁ ଟେମ୍ପରାରି ଷ୍ଟାଟସ ( ଟିଏସ୍‌ )ରେ କାର୍ଯ୍ୟରତ ୱାଚରମାନଙ୍କୁ ଅର୍ଥ ବିଭାଗ ବିଜ୍ଞପ୍ତି ନଂ ୩୧୭୧୫ଏଫ ତା ୪/୯/୨୦୧୨ ଅନୁଯାୟୀ ୧୨ ହଜାର ୪ଶହ ଟଙ୍କା ଗ୍ରେଡପେ ସ୍ଥିର ହୋଇଥିଲା । ସେହି ହିସାବକୁ ଦେଖିଲେ ବର୍ତ୍ତମାନ ଓିଏସ ୱାଚର ମାନଙ୍କ ଦରମା ୨୩ହଜାର ୬ଶହ ହେବା କଥା, କିନ୍ତୁ ଏବେ ସରକାର ସେମାନଙ୍କୁ ପୁରୁଣା ଦରମା ୧୨ ହଜାର ୪ ଶହ ଟଙ୍କା ଦେଉଛନ୍ତି । ଗତ ବର୍ଷ କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚରମାନଙ୍କ ଦରମା ରାଜ୍ୟ ସରକାର ବର୍ଦ୍ଧିତ କରିଥିବା ବେଳେ ଓିଏସ୍‌ ୱାଚରମାନଙ୍କ ଦରମା ପୂର୍ବବତ ରହିଛି । ବୈଠକରେ ଏ ବିଷୟରେ ଆଲୋଚନା କରାଯାଇ ଓିଏସ ୱାଚରମାନଙ୍କ ଦରମା ବୃଦ୍ଧି ସହ ସ୍ଥାୟୀ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କଠାରେ ଦାବୀ କରାଯାଇଛି । ଏହି ବୈଠକରେ ଟିଏସ୍‌ ୱାଚର ସଂଘର ସର୍ବଶ୍ରୀ ଲୋକନାଥ ବିଶି, ଆନନ୍ଦ ସାହୁ, ନୃପରାଜ ପ୍ରଧାନ, ପ୍ରତାପ ଚନ୍ଦ୍ର ସାହୁ, ନୃପମଣି ଥପା, ମଣିଲାଲ ମୁଣ୍ତା, ସୁବାଷ ଚନ୍ଦ୍ର ବାଗ, ଗୋବିନ୍ଦ ଭୋଇ, ପୁରନ୍ଦର ଠାକୁର, ଯୁଗଳ କିଶୋର ବର୍ଗେ, କୁଞ୍ଜ ବିହାରୀ ଦେହୁରୀ, ପ୍ରତାପ କୁମାର ଜେନା, ଶୁଶିଲ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × five =