pakka

ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଳକ ରେଙ୍ଗାଲି ଉଚ୍ଚ ବିଦ୍ୟାଳୟଠାରେ ମୁଖ୍ୟ ଅତିଥି ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା କମ୍ପ୍ୟୁଟର ଲ୍ୟାବ ଉଦ୍‌ଘାଟିତ ହୋଇଯାଇଛି । ରାଜନୀତିଠାରୁ ଉର୍ଦ୍ଧ୍ବରେ ରହି ଶିକ୍ଷାର ବିକାଶ ଓ ଅଂଚଳର ବିକାଶକୁ ଆଗେଇ ନେବା ପାଇଁ ଆହ୍ବାନ ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଉଦୟ ସିଂ ଠାକୁର ଶିକ୍ଷାର ବିକାଶ କ୍ଷେତ୍ରରେ ଏ ଅଂଚଳରେ ଏକ ମହାବିଦ୍ୟାଳୟର ଆବଶ୍ୟକତା ଥିବାର ଯୁକ୍ତି ଉପସ୍ଥାପନ କରି ତାହା ହେଲେ ହିଁ କୋମଳ ମତି ଛାତ୍ରଛାତ୍ରୀ ଦୀର୍ଘ କୋଡିଏରୁ ପଚିଶ କିଲୋମିଟର ରାସ୍ତା ଯିବାର କ୍ଳାନ୍ତରୁ ମୁକ୍ତି ପାଆନ୍ତେ ବୋଲି କହିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବନବାସିନୀ ଛତ୍ରିଆ ମଧ୍ୟ ଏକ ମହାବିଦ୍ୟାଳୟର ଆବଶ୍ୟକତା ଥିବା କଥା ମନେ ପକାଇଥିଲେ । ଡ. ଜଗନ୍ନାଥ ସାହୁ ମଂଚ ପରିଚାଳନା କରିଥିବା ବେଳେ ଦିନମିତ୍ର ନାଗ ବିଦ୍ୟାଳୟର ବିବରଣୀ ପାଠ, ସୀତାରାମ ଭୋଇ ସମ୍ମାନପତ୍ର ପାଠ ଏବଂ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଗ୍ରାମ ପଂଚାୟତର ସମସ୍ତ ଗ୍ରାମରୁ ଶତାଧିକ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × two =