csstore

ଗତ ୨୪ ଘଂଟାରେ ୧୨୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୨୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୮୭ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୯୮୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧୦ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୦୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬, ବାଲେଶ୍ୱରରୁ ୨, ବରଗଡରୁ ୨୧, ଭଦ୍ରକ ୬, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୧, କଟକରୁ ୮୦, ଦେବଗଡରୁ ୮, ଢେଙ୍କାନାଳରୁ ୪, ଗଜପତିରୁ ୧, ଗଞ୍ଜାମରୁ ୯, ଜଗତସିଂହପୁର ୧୩, ଯାଜପୁରରୁ ୪୭, ଝାରସୁଗୁଡାରୁ ୩୩, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୯, କେଉଁଝରରୁ ୨୫, ଖୋର୍ଦ୍ଧାରୁ ୪୫୬, କୋରାପୁଟରୁ ୩, ମୟୁରଭଞ୍ଜରୁ ୪୦, ନବରଙ୍ଗପୁରରୁ ୧୩, ନୟାଗଡରୁ ୩, ନୁଆପଡାରୁ ୨, ପୁରୀରୁ ୩୦, ରାୟଗଡାରୁ ୮, ସମ୍ବଲପୁରରୁ ୯୯, ସୁବର୍ଣ୍ଣପୁରରୁ ୩, ସୁନ୍ଦରଗଡରୁ ୧୬୬ ଓ ଷ୍ଟେଟ ପୁଲ୍‌ରୁ ୧୧୦ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.