csstore

ଆପ୍‌ର ମିଶ୍ରଣ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହାଟ ଡେଲାଙ୍ଗ ମହାବୀର ମନ୍ଦିର ପ୍ରାଙ୍ଗଣରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତିଙ୍କ ନେତୃତ୍ୱରେ ସମାଜ ସେବୀ କିଶୋର କୁମାର ସିଂହ, ସମାଜ ସେବୀ ବିରଞ୍ଚି ନାରାୟଣ ସିଂହଦେଓ, ବିଜୟ ମଲ୍ଲିକ, ଶକ୍ତି ପ୍ରସାଦ ସିଂହ, ରାମ ଚନ୍ଦ୍ର ସାହୁ, ରବିନାରାୟଣ ବାହିନୀପତି, ରବିନାରାୟଣ ବେହେରା ପ୍ରମୁଖଙ୍କୁ ଦଳୀୟ ଟୋପି ପିନ୍ଧାଇ ଆପ୍‌ରେ ମିଶାଇ ଥିଲେ । ବ୍ଲକ ସଭାପତି ରଣଧୀର ପଟ୍ଟନାୟକଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇ ଡେଲାଙ୍ଗରେ କିପରି ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରାଯିବ, ଆଲୋଚନା ହୋଇଥିଲା । ଶେଷରେ ବ୍ଲକ ସମ୍ପାଦକ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

jayashree
Leave A Reply

Your email address will not be published.