ଝାରମୁଣ୍ଡାରେ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ

ଲୋଇସିଂହା, (କେପିଏନ୍‌ଏସ୍‌) : ନେହେରୁ ଯୁବ କେନ୍ଦ୍ର, ବଲାଙ୍ଗିର ଓ ଏଥ୍‌ଲେଟିକ ଆସୋସିଏସନ୍‌, ଝାରମୁଣ୍ଡା ଆନୁକୂଲ୍ୟରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡ। ମିନି ଷ୍ଟାଡିୟମଠାରେ ଜିଲ୍ଲା ଯୁବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ନେହେରୁ ଯୁବକେନ୍ଦ୍ର ଜିଲା ସଂଯୋଜକ ଏ.ଭି.ନରସିଂହା କୁମାରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୁଶଙ୍ଗ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଲକ୍ଷ୍ମଣ ମେହେର ଏବଂ ସମ୍ମାନିତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ଲେଖାପାଳ ବିପିନ ବିହାରୀ ଜେନା ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନକୁ ଖେଳ ଉପକରଣ ବଣ୍ଟନ କରାଯାଇଥିଲା । ଏଥ୍‌ଲେଟିକ୍‌ ଆସୋସିଏସନ୍‌ ସଭାପତି ଶ୍ୟାମସୁନ୍ଦର ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସମ୍ପାଦକ ସଚ୍ଚିଦାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମନୋଜ ଧରୁଆ, କାଳିଚରଣ ବଗର୍ତ୍ତି, ବିନୋଦ ଧରୁଆ, କାର୍ତ୍ତିକ କର୍ତ୍ତି, ଆନନ୍ଦ ଧରୁଆ, ଗୌର କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.