pakka

ଫସଲ ବୀମା ପ୍ରିମିୟମ ଭରାଯାଇ ଥିବାର ଆବେଦନକୁ ବାତିଲର ପୁନଃ ଯାଞ୍ଚ କରାଇବାକୁ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କୃଷି କାର୍ଯ୍ୟାଳୟରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଆଦେଶ ଚିଠି ନ- ୪୧୨୧ / ୨୯ / ୧୨ / ୨୦୨୧ କ୍ରମେ ଚଳିତ ୨୦୨୧ ଖରିଫ ଋତୁ ପାଇଁ କୃଷକମାନଙ୍କ ଫସଲ ବୀମା ପ୍ରିମିୟମ ଭରାଯାଇ ଥିବାର ଆବେଦନକୁ ବାତିଲର ପୁନଃ ଯାଞ୍ଚ ପାଇଁ ସ୍ଥାନୀୟ ତହସିଲଦାର ମନୋଜ କୁମାର ଦେବତା, ସ୍ଥାନୀୟ ଏଏଓ ତରଣୀସେନ ବନ୍‌ଛୋର, ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀର ଇନଚାର୍ଜ ବ୍ଲକ କୋଡ଼ିନେଟର ଅଜିତ କୁମାର ହୋତା, ରାଜବୋଢାସମ୍ବର କୃଷକ ସଙ୍ଗଠନର ପ୍ରତିନିଧି ବିରେନ ପଧାନ, ଗଜପତି ସାହୁ, ଅରବିନ୍ଦ ପଣ୍ଡା, ସରୋଜ ସାହୁ, ରଥୀ ସାହୁ, ମୁକେଶ କୁମାର ସାହୁ, ବ୍ଲକ ଉପାଧକ୍ଷ ପ୍ରଣୟ ସାହୁ, ଚାଷୀ ନେତା ଚୈତନ୍ୟ ସାହୁ, ନାରାୟଣ ସାହୁ, ବୁରୋମୁଣ୍ଡା ସରପଞ୍ଚ ସରୋଜ ଭୂଷଣ ସାହୁ ଓ ଅନେକ ଚାଷୀମାନେ ଉପସ୍ଥିତ ଥିଲେ । ବୈଠକରେ ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀର କର୍ମଚାରୀ ବାତିଲ ହୋଇଥିବା ଫସଲବୀମା ପଞ୍ଜିକରଣର କୃଷକମାନଙ୍କ କାଗଜପତ୍ର ଯାଞ୍ଚ ପାଇଁ ଆସିଛି ବୋଲି କହିଲେ ମାତ୍ର ଚାଷୀ ନେତା ସମେତ ଚାଷୀମାନେ ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀର କର୍ମଚାରୀଙ୍କୁ ଫସଲବୀମା ବାତିଲ ପ୍ରାସଙ୍ଗିକ ତଥା ରିଜେକ୍ଟ,ରିଭର୍ଟ ଓ ପେଣ୍ଡିଙ୍ଗ ଥିବା ବୀମାକୁ ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ । ମାତ୍ର କମ୍ପାନୀର କର୍ମଚାରୀ ପ୍ରଶ୍ନଗୁଡିକର କୌଣସି ଉତ୍ତର ଦେଇ ପାରି ନଥିଲେ । ପରେ କୃଷକ ସଂଗଠନର ପ୍ରତିନିଧି ଓ ସମସ୍ତ କୃଷକ ଏହି ଡୋକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିଥିଲେ ଏବଂ ଦାବୀ କଲେ କି ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀ ଆମଠାରୁ ପ୍ରିମିୟମ ନେଇଛି ଏବଂ ଆମ୍ଭ ବ୍ଲକରେ ଅନାବୃଷ୍ଟି ହେତୁ ସମ୍ପୂର୍ଣ୍ଣ ମରୁଡି ହୋଇଛି ଏଣୁ ଆମ୍ଭଙ୍କୁ ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀ କୌଣସି ପ୍ରକାରେ ଏପୃଭ୍‌ କରି ବୀମା ରାଶି ପ୍ରଦାନ କରିବାକୁ ଦାବୀ ହେଲା । ଶେଷରେ ଏଚ୍‌ଡିଏଫସି ଇଆର୍‌ଜିଓ ବୀମା କମ୍ପାନୀର ଷ୍ଟେଟ ହେଡ ମୁଖ୍ୟଙ୍କ ସହିତ ତହସିଲଦାର ଓ ଏଚ୍‌ଡିଏଫସିର କର୍ମଚାରୀ କଥା ହେଲା ପରେ ଆସନ୍ତା ୬/୧/୨୦୨୨ ଦିନ ଚାଷୀ ପ୍ରତିନିଧି ଓ କୃଷକମାନଙ୍କ ସହିତ ଏ ବାବଦରେ ବୈଠକରେ ଆଲୋଚନା କରି ନିଷ୍ପତି ନିଆଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଗଲା । ଯଦି ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀ ଗାଇସିଲେଟ ବ୍ଲକର ରିଜେକ୍ଟ ହୋଇଥିବା ସବୁ ଆବେଦନକୁ ଏପୃଭ ନ କରେ, ତେବେ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ଏଥିପାଇଁ ଏଚ୍‌ଡିଏଫସି ଇଆର୍‌ଜିଓ କମ୍ପାନୀ ଏବଂ ପ୍ରଶାସନ ହିଁ ଦାୟୀ ରହିବେ । ଏହା ରାଜ ବୋଢାସମ୍ବର କୃଷକ ସଙ୍ଗଠନ ଗାଇସିଲେଟର ଚେତାବନୀ ।

Leave A Reply

Your email address will not be published.

two × 2 =