pakka

କେନ୍ଦୁପତ୍ର କର୍ମଚାରୀ ସଂଘ ଦ୍ୱାରା ଶ୍ରମିକ ନେତା ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ : ସାମ୍ବାଦିକମାନଙ୍କୁ ସଂଘ ଦ୍ୱାରା ସମ୍ବର୍ଦ୍ଧନା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସଂଘର ପ୍ରତିଷ୍ଠାତା ଓଡ଼ିଶାର ବିଶିଷ୍ଟ ଶ୍ରମିକ ନେତା ସ୍ୱର୍ଗତ ବିଶ୍ଵନାଥ ପଣ୍ଡିତଙ୍କ ୧୦୨ ତମ ଜୟନ୍ତୀ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, ପଦ୍ମପୁର ଡିଭିଜନ ଦ୍ବାରା ପାଇକମାଲ କେନ୍ଦୁପତ୍ର ଡାକ ବଙ୍ଗଳାଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଂପାଦକ କୋକିଲ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ବରିଷ୍ଠ ସଦସ୍ୟ ସାଇଧର ପାଣ୍ତେ, ସୁରେଶ ପଣ୍ତା, ମନୋହର ଗୌଡ, ହଜାରୁ ପ୍ରଧାନ, କିଶୋର ପଣ୍ତା, ଶ୍ୟାମ ଚନ୍ଦନ, ରଙ୍କମଣି ହୋତା, ପଞ୍ଚାନନ ପ୍ରଧାନ, ଚୁଡାମଣି ପାଣିଗ୍ରାହୀ, ଭରତ ବିଶ୍ବାଳ, ଋଷବ ପ୍ରଧାନ, ପିକ ନନ୍ଦ, ପାରେଶ୍ବର ପାତ୍ର, ନୀଳମଣି ସାହୁ, ଖେତ କୁମାର ବିଶ୍ବାଳ, ବିଶ୍ବମ୍ବର ପାତ୍ର ପ୍ରମୁଖ ଉପସ୍ତିତ ରହି ସ୍ବର୍ଗତ ପଣ୍ଡିତଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ସଂଘର କିଛି ମୌଳିକ ଦାବୀ ସର୍ବସମ୍ମତି କ୍ରମେ ପାରିତ କରାଯାଇ ରାଜ୍ୟ ସରକାରଙ୍କଠାରେ ଉପସ୍ଥାପନା କରାଯାଇଥିଲା । କେନ୍ଦୁପତ୍ର ତୋଲାଳିମାନଙ୍କୁ ୧୦ ଚଟା କେନ୍ଦୁପତ୍ର ତୋଲାଳିରେ “କେନ୍ଦୁପତ୍ର ଶ୍ରମିକ ମଙ୍ଗଳ ପାଣ୍ଠି”ରେ ସାମିଲ କରିବା ପାଇଁ ମାନ ନିର୍ଦ୍ଧାରଣ କରାଯାଉ, ରେଢାଖୋଲଠାରେ ଗତ ୧୩ /୧/୨୦୧୩ କେନ୍ଦୁପତ୍ର ଶ୍ରମିକ ସମାବେଶରେ ଓଡିଶାର ମୁଖ୍ୟମନ୍ତ୍ରୀ ସିଜିନାଲ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଲାଗୁ କରିବା ପାଇଁ ଦେଇଥିବା ପ୍ରତିଶୃତି ପାଳନ କରିବା, ଗ୍ରାଚୁଏଟି ଆଇନ ଅନୁସାରେ ୬ ମାସରୁ ଅଧିକ କାମ କରୁଥିବା କେନ୍ଦୁପତ୍ର ସିଜିନାଲ କର୍ମଚାରୀ ଅବସର ସମୟରେ ବର୍ଷକୁ ୧୫ ଦିନ ଦରମା ହିସାବ କରି ସମସ୍ତ ପ୍ରାପ୍ୟ ଦେବା, ରାଜ୍ୟର ବିଭିନ୍ନ ରେଞ୍ଜରେ ଖାଲିଥିବା ହେଡଚେକର, ସର୍କଲ ଚେକର, ବନ୍ଧେଇ ଚେକର ପଦବୀ ପୁରଣ କରିବା, ବନ୍ଧେଇ ଶ୍ରମିକମାନଙ୍କ କେନ୍ଦୁପତ୍ର ବିଡା ବନ୍ଧେଇରେ ଶହେ ଟଙ୍କା କମିଶନ ଦିଆଯିବା ଆଦି ଦାବୀ ଉପସ୍ଥାପିତ ହୋଇଥିଲା । ବିଶ୍ଵନାଥ ପଣ୍ଡିତଙ୍କ ଜୟନ୍ତୀ ଅବସରରେ ପଦ୍ମପୁରରେ କାର୍ଯ୍ୟରତ ସମସ୍ତ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମେଡିଆର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶେଷରେ ବରିଷ୍ଠ ସାମ୍ବାଦିକ ବଡ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

thirteen − twelve =