pakka

ଜାତୀୟସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ବଡ଼ମାଲର ୧୧ ଜଣ ଖେଳାଳି ସାମିଲ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ମଧ୍ୟପ୍ରଦେଶର ଅନୁପପୁର ଜିଲ୍ଲାର କାତମା ନଗର ସ୍ଥିତ କୁସାଭାଉ ଠାକରେ ମଙ୍ଗଳ ଭବନଠାରେ ଇଣ୍ଡିଆନ ଟାଇକୋଣ୍ଡୋ ୟୁନିୟନ ପକ୍ଷରୁ ଅନୁଷ୍ଠିତ ଚତୁର୍ଥ ନ୍ୟାସନାଲ ଟାଇକୋଣ୍ଡୋ ପ୍ରତିଯୋଗୀତାରେ ରାଜ୍ୟରୁ ୪୦ ଜଣ ପ୍ରତିଭାଶାଳି ଟାଇକୋଣ୍ଡୋ ଖେଳାଳି ସାମିଲ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବଡ଼ମାଲର ୧୧ ଜଣ ଖେଳାଳି ସାମିଲ ହୋଇଥିଲେ । ଓଡିଶା ଟାଇକୋଣ୍ଡୋ ୟୁନିୟନର ସଭାପତି ମୁକେଶ କୁମାର ସାହୁ ଓ ଓଡିଶା ଟାଇକୋଣ୍ଡୋ ୟୁନିୟନ ସହ ସଚିବ ଆନନ୍ଦ କୁମାର ସୁନାଙ୍କ ନେତୃତ୍ୱରେ ଏହି ୪୦ ଜଣିଆ ଟିମ୍‌ ମଧ୍ୟପ୍ରଦେଶକୁ ଯାଇଥିଲା ।ଏଥିରେ ଦେଶର ବିଭିନ୍ନ ଅଞ୍ଚଳରୁ ଖେଳାଳିମାନେ ସାମିଲ ହୋଇଥିବା ବେଳେ ବଡ଼ମାଲରୁ ମହିଳା ଓ ପୁରୁଷ ବର୍ଗରୁ ମୋଟ ୧୧ ଜଣ ଖେଳାଳି ସାମିଲ ହୋଇଥିଲେ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବଡ଼ମାଲର ଖେଳାଳିମାନେ ହେଲେ ମାମୁନି ଚୌହାନ, ଆଦିତ୍ୟ କୁମାର ବେହେରା, ସୋହାନି ଘନୁ, ବର୍ଷା ମହାନନ୍ଦ, ଶ୍ରୀୟାରାଣୀ ମହାନନ୍ଦ, ସନ୍ତୋଷିନି ଭୋଇ, ଗୁନଗୁନ ବେହେରା, ସମୃଦ୍ଧି ପାତ୍ର, ଶ୍ରୀୟା ସାହୁ, ସ୍ୱୟଂ ଖମାରି ଓ ଅଂଶୁମା ଗହୀର ଏହି ପ୍ରତିଯୋଗିତାରେ କୋଚ୍ ଭାବେ ଦେବାନନ୍ଦ ଚୌହାନ ଓ ଅଭିଭାବକ ଭାବେ ଦେବକୀ ଚୌହାନ, ସଙ୍ଗୀତା ପଟେଲ, ମୋନେରଞ୍ଜନ ପଟେଲ ଓ ଅନୀଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − six =

error: Content is protected !!